ଆସିକା ବ୍ଲକରେ ପଞ୍ଚମ ରାଷ୍ଟ୍ରୀୟ ପୋଷଣ ପକ୍ଷ ଆସିକା ବ୍ଳକରେ ପାଳନ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ବ୍ଲକର ଅଙ୍ଗନବାଡି କର୍ମୀମାନଙ୍କ ଦ୍ୱାରା ବିଭିନ୍ନ ଖାଦ୍ୟ ସାମଗ୍ରୀର ପଦର୍ଶିତ କରାଯାଇଥିଲା।ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର, କୁପୋଷଣ ଦୂର ପାଇଁ ବିଶେଷ କରି ମାଣ୍ଡିଆ ଜାତୀୟ ଖାଦ୍ୟ ଉପରେ ଗୁରୁତ୍ୱ ଦିଆଯିବା ସହ ସୁସ୍ଥ ବାଳକ ଓ ବାଳିକା ଉପରେ ଗୁରୁତ୍ୱ ଦେବାପାଇଁ ବକ୍ତାମାନେ ଗୁରୁତ୍ୱ ଦେଇଥିଲେ।ଏହି ଅବସରରେ ଶିଶୁଙ୍କ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ରେ ୩ଜଣ ଶିଶୁ, କିଶୋରି ବାଳିକାରେ ଛଅ ଜଣ କୁଇଜ୍ ପ୍ରତିଯୋଗିତାରେ କୃତିତ୍ବ ଗ୍ରହଣ କରିଥିବା ଝିଅ ମାନଙ୍କୁ ପୁରସ୍କାର ଦିଆଯାଇଥିଲା।.ଆସିକା ସି ଡି ପି ଓ ଭାରତୀ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଭୂନନ୍ଦନ ପଣ୍ଡା , ଡ଼ା .ସୁବ୍ରତ ସ୍ୱରୂପ ପଣ୍ଡା ,ବ୍ଲକ ପୋଷଣ ସଂଯୋଜକ ମନୋଜ ଜେନା,ମିଶନ ଶକ୍ତିର ଚନ୍ଦ୍ରଶେଖର ବେହେରା,ମମତା ପ୍ରୋଗ୍ରାମ ଅଧିକାରୀ ରଶ୍ମିନୀ ବେହେରା,ବ୍ଲକ କର୍ମଚାରୀ,ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ,ଆସିକା ର ତିନିଟି ବାଳିକା ବିଦ୍ୟାଳୟ ର ଶିକ୍ଷୟତ୍ରୀ, ସମସ୍ତ ସୁପରଭାଇଜର,ଅଙ୍ଗନବାଡି କର୍ମୀ, ସ୍ଵାସ୍ଥ୍ୟ କର୍ମୀ ଉପସ୍ଥିତ ଥିଲେ।





