ଆସିକା ବିଜୁ ପଟ୍ଟନାୟକ ଛକ ଠାରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର ରୋକିବା ପାଇଁ ପଥପ୍ରାନ୍ତ ନାଟକ ଜରିଆରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଆସିକା ବସ ମାଲିକ ସଙ୍ଘ, ଟ୍ରକ ମାଲିକ ସଂଘ, ବଣିକ ସଂଘ,ଓମିନି ଟ୍ରକ ସଙ୍ଘ ର ସଦସ୍ୟ ମାନେ ଉପସ୍ଥିତ ଥିଲେ।ସ୍ଥାନୀୟ କଳାକାର ମାନଙ୍କୁ ନେଇ ସଡକ ଦୁର୍ଘଟଣା ରୋକିବା ନିମନ୍ତେ ନାଟକ ମାଧ୍ୟମରେ ସଚେତନତା କରିଥିଲେ।ଆର ଟି ଓ ଭଞ୍ଜନଗର ସୁଭେନ୍ଦୁ ରଞ୍ଜନ ରାୟଙ୍କ ଅଧ୍ୟକ୍ଷତାରେ ଏକ ସଭାର ଅୟୋଜନ କରାଯାଇଥିଲା।
ଦୁର୍ଘଟଣା ଜନିତ ମୃତ୍ୟୁ ହାରରେ ଗଂଜାମ ଜିଲ୍ଲା ସର୍ବାଧିକ ଥିବାରୁ ଜିଲ୍ଲା ପ୍ରଶାସନ ପାଇଁ ଏହା ଚିନ୍ତାର କାରଣ ହୋଇ ପଡିଛି। ତେଣୁ ଏହାକୁ ରୋକିବା ନିମନ୍ତେ ପୋଲିସ ପ୍ରଶାସନ ଓ ପରିବହନ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାରେ କୁ ଯେଭଳି କଡା କଡ଼ି କରାଯାଇଛି ସେଭଳି ବିଭିନ୍ନ ସଙ୍ଘଠନ ର ସହଯୋଗ ନେଇ ସଭାସମିତି ମାନ କରାଯାଉଛି। ସେମିତି ସ୍ଥାନୀୟ କଳାକାରଙ୍କୁ ନେଇ ସଂସ୍କୃତିକ କାଯ୍ୟକ୍ରମ ମାଧ୍ୟମରେ ପଥପ୍ରାନ୍ତ ନାଟକ ଆୟୋଜନ କରାଯାଉଛି। ଏ ସବୁ ସଭାସମିତି ମାନଙ୍କରେ ଅବା ନାଟକ ଜରିଆରେ ଦୁର୍ଘଟଣା ଯେମିତି ରୋକାଯାଇ ପାରିବ ଓ ମୃତ୍ୟୁ ହାର କମିବ ଏହା ହେଉଛି ପ୍ରଶାସନ ର ଲକ୍ଷ ବୋଲି ଅବୈତନିକ ବନ କର୍ମଚାରୀ ଶୂଳପାଣି ଶତପଥୀ ମତବ୍ୟକ୍ତ କରିଥିଲେ।
ସେହିଭଳି ମଦ୍ୟପ ଡ୍ରାଇଭର ଏବଂ ୧୮ ବର୍ଷର ବୟସ୍କ ଚାଳକ, ଦ୍ରୁତ ବେଗରେ ଗାଡି ଚାଳନା ଏବଂ ଓଭର ଲୋଡିଙ୍ଗ ଭଳି ଯାନବାହନ ଚଳାଚଳ ରେ କଡା ନିୟମ ରହି ଥିବାରୁ ଅର୍ଥ ଦଣ୍ଡ ଜେଲଦଣ୍ଡ ସହ ପରିବାର ଲୋକଙ୍କୁ ମଧ୍ୟ ଦଣ୍ଡ ବିଧାନ ଓ ଲାଇସେନ୍ସ ରଦ୍ଧ ପରି କୋଠର ଆଇନ ସମ୍ପର୍କରେ ସଚେତନତା ଓ ପଥପ୍ରାନ୍ତ ନାଟକ କରାଯାଇ ଦୁର୍ଘଟଣା ରୋକିବା ପାଇଁ ଚାଲିଛି ଉଦ୍ୟମ ବୋଲି ଆର ଟି ଓ ଭଞ୍ଜନଗର ସୁଭେନ୍ଦୁ ରଞ୍ଜନ ରାୟ ପ୍ରକାଶ କରିଥିଲେ।


