ମୁଣ୍ତମରେଇ ଓ କଶେଇ ବିଦ୍ୟାଳୟ ର ବାର୍ଷିକ ଉତ୍ସବ  ପାଳିତ

ମୁଣ୍ତମରେଇ ଓ କଶେଇ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ

0 0
Read Time:2 Minute, 28 Second

ଧରାକୋଟ ବ୍ଲକର ମୁଣ୍ଡମରାଇ ସ୍ଥିତ ଅନନ୍ତ ନାରାୟଣ ନୋଡାଲ ବିଦ୍ୟାପୀଠ ର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଏହାକୁ ଉଦ୍ଘାଟନ କରିଥିବା ବେଳେ ଶିକ୍ଷାବିତ ତ୍ରିନାଥ ପାତ୍ର ଏଥିରେ ସଭାପତିତ୍ବ କରିଥିଲେ। ବିଡ଼ିଓ ଡେନିସ ବେହେରା ଓ ସରପଞ୍ଚ ଅଭିମନ୍ୟୁ ସେଠୀ ଅତିଥି ଭାବରେ ଯୋଗଦେଇଥିବା ବେଳେ ଅତିରିକ୍ତ ବି ଇ ଓ ଉମା ଚରଣ ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ।ପ୍ରଧାନ ଶିକ୍ଷକ ଦିଲୀପ କୁମାର ନାୟକ ବିବରଣୀ ପାଠ ସହ ସଭା ପରିଚାଳନା କରିଥିଲେ। ଚାରିତ୍ର ଗଠନ,ବୌଦ୍ଧିକ ବିକାଶ ଓ ଶୃଙ୍ଖଳା ଜ୍ଞାନ ଉପରେ ଅତିଥି ମାନେ ମତ ରଖିଥିଲେ। ଯୋଗିଭାଇ ଙ୍କ ସଙ୍ଗୀତର ତାଳରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଅଭିଭାବକ ଉପସ୍ଥିତ ରହିଥିଲେ । ସମସ୍ତ ଶିକ୍ଷକ ସହଯୋଗ ପ୍ରଦାନ କରିଥିଲେ। ଠିକ ସେହିପରି ରୁଗୁମୁ କ୍ଳଷ୍ଟର ଅନ୍ତର୍ଗତ କସେଇ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଏଥିରେ ଶିକ୍ଷାବିତ ଦୀନବନ୍ଧୁ ପ୍ରଧାନ ସଭାପତିତ୍ବ କରିଥିଲାବେଳେ ସି ଆର ସି ସି କାଳୁ ଚରଣ ଗୌଡ଼ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ପ୍ରଧାନ ଶିକ୍ଷକ ଅମୂଲ୍ୟ ଚନ୍ଦ୍ର ମିଶ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଶଙ୍କର ବେହେରା ବିବରଣୀ ପାଠ ସହ ସଂଯୋଜନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନ ପତ୍ର ସହ ପୁରସ୍କୃତ କରାଯାଇଥିଲା। ଶିକ୍ଷକ ସୁନିଲ ପାଣିଗ୍ରାହୀ,ଗୋପାଳ ନାୟକ, ନିମାଇ ଚରଣ ସାହୁ ଓ ବିଜନ କୁମାର ଜେନା ସହଯୋଗ ପ୍ରଦାନ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍