ଧରାକୋଟରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ବି ଡି ଓ ଡେନିସ ବେହେରା, ଅତିରିକ୍ତ ବି ଡି ଓ ସୁଶୀଲ ପଟନାୟକ, ସହକାରୀ ଯନ୍ତ୍ରୀ ସାରଦା ପ୍ରସନ୍ନ ଜେନା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ବେଳେ ବିଭାଗ ତରଫରୁ ଧୀରେନ୍ଦ୍ର ଗୌଡ଼ ଓ ବାବୁ ବେହେରା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଆଜି ଧରାକୋଟ ପଞ୍ଚାୟତର 28, ବାହାରପୁର ର 17, ସରଧାପୁର ର 11, ଜାହାଡା ର 17, ଢ଼ଉଗାଁ ର 14, ଓଲମ୍ବା ର 5, ରୁଗୁମୁ ର 10, ମୁଣ୍ଡମରାଇ ର 9, ବରଡାବାଲି ର 49, ଜି ଡି ପଲୀ ର 11, ସାବା ର 8, ସିଙ୍ଗାପୁର ର 25, ବଳରାମପୁର ର 10, ମାଣିକପୁର ର 19, ଜଗମୋହନ ର 23, ଝାଡ଼ବନ୍ଧ ର 29, ଝରପାରି ର 6 ଏବଂ ମଛାକୋଟ ର 4 ଜଣ ମୋଟ 190 ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ,ବିଧବା ଓ ଭିନ୍ନକ୍ଷମ ଭତା ବଣ୍ଟନ କରାଯାଇଥିଲା । ଆଗାମୀ ଦିନରେ ଆହୁରି ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ବ୍ଲକ୍ ଅଧ୍ୟକ୍ଷା ପ୍ରକାଶ କରିଥିଲେ। ବ୍ଲକ କର୍ମଚାରୀ ପ୍ରଶାନ୍ତ କୁମାର ଦାସ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ।

