ଧରାକୋଟ ନିକଟସ୍ଥ ପୀକନିକ ସ୍ପଟ ସନ୍ତିଝରରେ ଆଜି ହିଞ୍ଜିଳିକାଟୁ ସ୍ଥିତ ମା କାନକଦୂର୍ଗା ପାଣି ପାଇପ ଓ ଘରୋଇ ବିଦ୍ୟୁତ କର୍ମଚାରୀ ସଂଘର ବନବିହାର ଓ ବନ୍ଧୁ ମିଳନ ସହ ବଣିକ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ବିଚିତ୍ରାନନ୍ଦ ମୁନି,ଉପସଭାପତି ଭାବେ ପ୍ରମୋଦ କୁମାର ମହାରଣା, ସମ୍ପାଦକ ଭାବରେ ସିମାଚଳ ପଣ୍ଡା,ସହ ସମ୍ପାଦକ ଭାବରେ ବାଲାଜୀ ସ୍ୱାଇଁ, କୋଷାଧ୍ୟକ୍ଷ ଭାବେ ଯୁଗଳ କିଶୋର ପାଣିଗ୍ରାହୀ ମନୋନୀତ ହୋଇଥିଲେ। ଶାନ୍ତିଝରର ପାରିପାର୍ଶ୍ବିକ ବିକାଶ ଓ ପର୍ଯ୍ୟଟକ ମାନଙ୍କୁ ଆହୁରି କିପରି ଆକୃଷ୍ଟ କରାଯିବ ସେହି ଉପରେ ଏକ ବିସ୍ତୃତ ଆଲୋଚନା କରାଯାଇଥିଲା। ଝରଣା ପାଣିକୁ ଡ୍ରେନ ନିର୍ମାଣ କରି ନିସ୍କାସନ କରି ଚଟାଣରେ ପେଭର ବିଛାଇବା ସହ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି ଅବସରରେ ଶାନ୍ତିଝର ଉନ୍ନୟନ କମିଟି ସଭାପତି ସୁନିଲ କୁମାର ଚୌଧୁରୀ,ଧରାକୋଟ ପ୍ରେସ କ୍ଲବ ଉପଦେଷ୍ଟା ହୃଦାନନ୍ଦ ଜେନା,ସଭାପତି ବିଷ୍ଣୁ କେଶରୀ ଆଚାର୍ଯ୍ୟ,ଉପସଭାପତି ଗିରିଜା ପ୍ରସାଦ ରଥ,ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ନାୟକ, ସହସଂପାଦକ ଶିଶିର ମହାନ୍ତି, କୋଷାଧ୍ୟକ୍ଷ ରବି ନନ୍ଦନ ପ୍ରଧାନ ,ବରିଷ୍ଠ ସଭ୍ୟ ଶିବାଜି ଗଣେଶ ପଣ୍ଡା ଓ କାଳୁ ଚରଣ ମହାପାତ୍ର ଙ୍କୁ ବଣିକ ସଂଘ ତରଫରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

