ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ବ ମାନବିକ ଅଧିକାର ଦିବସ ପାଳନ ଏବଂ ପାଠଚକ୍ର

0 0
Read Time:1 Minute, 52 Second

ଆସିକା ତା ୧୦/୧୨ : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ତଥା ରାଜ୍ୟ ମାନବ ଅଧିକାର ଉପଦେଷ୍ଟା ପ୍ରାଧ୍ୟାପକ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକଙ୍କ ସଂଯୋଜନାରେ ବିଶ୍ବ ମାନବ ଅଧିକାର ଦିବସ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ପାଳିତ ହୋଇଯାଇଛି। ଏଥିରେ କଲେଜ ଅଧ୍ୟକ୍ଷ ସ୍ବାଗତ ଭାଷଣ ରଖିଥିବା ବେଳେ ଉପଦେଷ୍ଠା ଡ. ପଟ୍ଟନାୟକ ଉକ୍ତ ଦିବସର ମୁଖ୍ୟ ଉଦ୍ଦେଶ୍ୟକୁ ଛାତ୍ରଛାତ୍ରୀ ମାନଙ୍କୁ ସୂଚାୟୀ ଥିଲେ।ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ତାରାତାରିଣି ମହାବିଦ୍ୟାଳୟ ପୁରୁଷୋତ୍ତମପୁରର ରାଜନୀତି ବିଜ୍ଞାନ ବିଭାଗର ବରିଷ୍ଠ ଅଧ୍ୟାପକ ଶ୍ରୀ ସମିର କୁମାର ମିଶ୍ର ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ନିଜର ଅଭିଭାଷଣରେ ଜନସାଧାରଣଙ୍କ ମାନବିକ ଅଧିକାର କିପରି ଅକ୍ଷୁର୍ଣ୍ଣ ରହିବ ଏବଂ ଏଥି ପ୍ରତି କିପରି ସଚ଼େତନ ରହିବେ, ତାହାର ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ରାଜନୀତି ବିଜ୍ଞାନ ଅଧ୍ୟାପକ ଅନିଲ କୁମାର ପ୍ରଧାନ ଏବଂ ଅଧ୍ୟାପିକା ମୀନତି ବେହେରା ମଧ୍ୟ ମାନବିକ ଅଧିକାର ସମ୍ବନ୍ଧରେ ନିଜର ମତ ସାବ୍ୟସ୍ତ କରିଥିଲେ। ପାଠଚ଼କ୍ର ସଂପାଦକ ଉକ୍ତ ବିଭାଗର ମେଧାବୀ ଛାତ୍ର ମୁକେଶ୍ କୁମାର ପଣ୍ଡା ସଭାକାର୍ଯ୍ୟ ସଂପାଦନା କରିଥିଲେ।ଉକ୍ତ ପାଠଚକ୍ରରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ଶତାଧିକ ବିଦ୍ୟାର୍ଥୀ ଉପସ୍ଥିତ ଥିଲେ।
 

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Uncategorized