Read Time:1 Minute, 14 Second
ଆସିକା 06/11- କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବିଭାଗ ମନ୍ତ୍ରି ବିଶ୍ୱେଶ୍ୱର ଟୁଡୁ ଙ୍କ 6 ଦିନିଆ ଓଡିଶା ଗସ୍ତ ସମୟରେ ଆଜି ସକାଳେ ମନ୍ତ୍ରୀ ଟୁଡୁ ବାଲେଶ୍ୱର ଠାରୁ ବ୍ରହ୍ମପୁର ଟ୍ରେନ ଦ୍ୱାରା ଆସି ସଡ଼କ ପଥରେ ଆସିକା ବିଜୁଛକ ଠାରେ ପହଞ୍ଚିଥିଲେ.ମନ୍ତ୍ରୀ ଟୁଡୁଙ୍କୁ ଆସିକା ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ଦେବରାଜ ମହାନ୍ତି, ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୂର୍ଯ୍ୟ ନାରାୟଣ ଦାସ ,ବିଜେପି ନେତ୍ରୀ ମଧୁସ୍ମତା ପୋଲାଈ, ନାରାୟଣ ବେହେରା ମନ୍ତ୍ରୀ ଟୁଡୁ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ।ସେଠାରୁ ମନ୍ତ୍ରୀ ଆସିକା ବ୍ଲକ ନିମିନା ଠାରେ ପହଞ୍ଚି ଏକ ଘରୋଇ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ସେଠାରେ ବି ଉପସ୍ଥିତ ବିଜେପି କର୍ମୀ ମାନେ ଏକ ବିରାଟ ପଟୁଆର ସହ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

