ଧରାକୋଟ ରେ ଚଳନ ବାଧିତ ଓ ମସ୍ତିସ୍କ ପକ୍ଷାଘାତ ପିଲାଙ୍କ ଭୌତିକ ଚିକିତ୍ସା ସଚେତନତା ଶିବିର

ଧରାକୋଟ ରେ ଚଳନ ବାଧିତ ଓ ମସ୍ତିସ୍କ ପକ୍ଷାଘାତ ପିଲାଙ୍କ ଭୌତିକ ଚିକିତ୍ସା ସଚେତନତା ଶିବିର

0 0
Read Time:1 Minute, 51 Second

ଧରାକୋଟ ଶ୍ରୀରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ତରଫରୁ ସମଗ୍ର ଶିକ୍ଷା ଅଭିଯାନ ଗଞ୍ଜାମ ଆନୁକୁଲ୍ୟରେ ଚଳନ ବାଧୀତ ଓ ମସ୍ତିସ୍କ ପକ୍ଷାଘାତ ପିଲାଙ୍କ ନିମନ୍ତେ ଭୌତିକ ଚିକିତ୍ସା ଏବଂ ଶ୍ରାବଣ କଥନ ସମସ୍ୟା ପିଲାଙ୍କ ନିମନ୍ତେ ବାକ ଶକ୍ତି ଚିକିତ୍ସା ଶିବିର ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏ ବି ଇ ଓ ପ୍ରଦୀପ କୁମାର ହୋତା ପ୍ରଦୀପ ପ୍ରଜ୍ବଳନ କରି ଶିବିରର ଶୁଭାରମ୍ଭ କରିଥିବା ବେଳେ ଏ ବି ଇ ଓ ଉମା ଚରଣ ପାଣିଗ୍ରାହୀ ଓ ବୁଚି ରାଓ ଦୋରା ଏଥିରେ ସହଯୋଗ ପ୍ରଦାନ କରିଥିଲେ। ଗୋଷ୍ଠୀ ସମ୍ବଳ ଶିକ୍ଷକ ସୀତାକାନ୍ତ ପଣ୍ଡା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଶିବିରରେ କୋଡ଼ିଏ ଜଣ ଚଳନ ବାଧିତ ପିଲା ସହ ଅଭିଭାବକ ,କୋଡ଼ିଏ ଜଣ କଥନ ବାଧିତ ପିଲା ସହ ଅଭିଭାବକ ମାନଙ୍କୁ ସଚେତନ କରାଯାଇଥିଲା । ଭୌତିକ ଚିକିତ୍ସା ଓ ଶ୍ରାବଣ କଥନ ସମସ୍ୟା ନିମନ୍ତେ ବିଭିନ୍ନ ଉପକରଣକୁ ଦର୍ଶାଇ ସୋରଡ଼ା ସମ୍ବଳ ଶିକ୍ଷକ ଜଗନ୍ନାଥ ବେହେରା, ପୂର୍ଣ୍ଣ ଚନ୍ଦ୍ର ବେହେରା,ଲୋହିତ ବେହେରା,ଚିନ୍ମୟୀ ପ୍ରଧାନ,ଶୁଭଶ୍ରୀ ଦାସ , ଶ୍ରବଣ ସ୍ପେଶଲିଷ୍ଟ ଶେରଗଡ଼ ର ସନ୍ତୋଷ ବେହେରା ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ । ଅନ୍ତର୍ଣିବେଶୀ ସ୍ବେଛାସେବୀ ଶିବ ଶଙ୍କର ସାହୁ, ସଞ୍ଜୟ ସେଠୀ, ଦୀପ୍ତିମୟୀ ପ୍ରଧାନ ଓ ସିମନ୍ ରଇତ ଏଥିରେ ସହଯୋଗ ପ୍ରଦାନ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories