ଗଞ୍ଜାମ ଜିଲ୍ଲାର ୨୨ ଗୋଟି ବ୍ଲକରେ କାର୍ଯ୍ୟରତ ଥିବା ବେରଫୁଟ ଟେକ୍ନିସିଆନ ମାନଙ୍କର ବନ୍ଧୁ ମିଳନ କାର୍ଯ୍ୟ କ୍ରମ ମୁଣ୍ଡମରାଇ ପଞ୍ଚାୟତର ଗଙ୍ଗାଧରେସ୍ୱର ପୀଠରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ବୃନ୍ଦାବନ ଗୌଡ଼ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଧରାକୋଟ ବ୍ଲକ୍ ର ସୁଶାନ୍ତ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ।ସମ୍ପାଦକ ସିମାଞ୍ଚଳ ସଂପାଦକୀୟ ବିବରଣୀ ପାଠ କରିଥିଲେ । ରାଜ୍ୟ ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନାକୁ ଗ୍ରାମାଞ୍ଚଳରେ ପହଞ୍ଚାଇ ସଫଳତା ହାସଲ କରିବା ପାଇଁ ନିଷ୍ଠାପର ଉଦ୍ୟମ କରିବାକୁ ସମସ୍ତେ ଶପଥ ପାଠ କରିଥିଲେ। ରାଜ୍ୟ ସଂଘକୁ ସୁଦୃଢ କରିବାକୁ ସମସ୍ତେ ମତ ପ୍ରକାଶ କରିଥିଲେ। ପ୍ରତିଟି କ୍ଷେତ୍ରରେ ସମସ୍ତେ ସହ ଯୋଗିତାର ହାତ ବଢ଼ାଇବା ସହ ସରକାରଙ୍କୁ ସହଯୋଗ ପାଇଁ ମତ ପ୍ରକାଶ କରିଥିଲେ।ଜିଲ୍ଲାର ସମସ୍ତ ବ୍ଲକର ୧୨୬ ଜଣ ବେରଫୁଟ ଟେକନିସିଆନ ଏହି ବନ୍ଧୁ ମିଳନରେ ଯୋଗ ଦେଇଥିବା ବେଳେ ଶେଷରେ ନିକୁଞ୍ଜ ବିହାରୀ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ଲାଲ ମୋହନ ପ୍ରଧାନ ମହେନ୍ଦ୍ର ବିଶୋଇ,ଚିତ୍ରସେନ ଜେନା ଓ ସଞ୍ଜୟ କୁମାର ପ୍ରଧାନ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ।

