Read Time:51 Second
ଆସିକା(୧୮.୯)ସ୍ଥାନୀୟ ଟାଉନହଲ ଠାରେ ବିଜେପି ଘୁମୁସର ଜିଲ୍ଲା ତରଫରୁ ସେବା ସପ୍ତାହ ପାଳନ ପରିପ୍ରେକ୍ଷୀରେ ବିଜେପି ଏବଂ ଯୁବ ବିଜେପି ପକ୍ଷରୁ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିବସରେ ରକ୍ତଦାନ ଶିବିର ଅୟୋଜନ କରାଯାଇଥିଲା।ଭଞ୍ଜନଗର ବ୍ଲଡ଼ ବ୍ୟାଙ୍କ ସହଯୋଗରେ ୨୮ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ରାଜ୍ୟ କାର୍ଯ୍ୟ କରିଣୀ ସଦସ୍ୟ ସୂର୍ଯ୍ୟ ନାରାୟଣ ଦାସ,ପୂର୍ବତନ ବିଧାୟକ ଦେବରାଜ ମହାନ୍ତି,ରାଜ୍ୟ ନେତା ଅରୁଣ ପଣ୍ଡା,ପ୍ରତାପ ନାୟକ, ଡା. ଶ୍ୟାମଘନ ବିଶ୍ୱାଳ,ରବିନ୍ଦ୍ର ପୋଲେଇ,ରାଘବ ସିଅ ସମେତ ବହୁ ଯୁବ ନେତାମାନେ ଉପସ୍ଥିତ ରହି ଥିଲେ।

