ଧରାକୋଟ ପ୍ରାଣୀ ଚିକିତ୍ସା ସେବା ନାହାଁନ୍ତି କର୍ମଚାରୀ ବଢୁଛି ସମସ୍ୟା

ଧରାକୋଟ ପ୍ରାଣୀ ଚିକିତ୍ସା ସେବା ନାହାଁନ୍ତି କର୍ମଚାରୀ ବଢୁଛି ସମସ୍ୟା

0 0
Read Time:1 Minute, 45 Second

ଧରାକୋଟ ବ୍ଲକର ପ୍ରାଣୀ ଚିକିତ୍ସା ସେବା ପାଇଁ କର୍ମଚାରୀ ମରୁଡି ଦେଖା ଦେଇଥିବାରୁ ତାହା ବେଶ ସନ୍ତୁଳିତ ଅବସ୍ଥା ଦେଇ ଗତି କରୁଛି । ବ୍ଲକରେ ନଅ ଜଣ ପ୍ରାଣୀ ଧନ ନିରୀକ୍ଷକ ପଦବୀର ଆବଶ୍ୟକତା ରହିଥିବା ବେଳେ ଅଛନ୍ତି ମାତ୍ର ଚାରି ଜଣ। ଭ୍ରାମ୍ୟମାନ ଚିକିତ୍ସା ସେବା ପାଇଁ ଡାକ୍ତର ନାହାନ୍ତି ଏହି ସେବାରେ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ରହି ଦାୟିତ୍ଵ ତୁଲାଉଛନ୍ତି । ବରଡାବାଲି ଓ ଜଗମୋହନ ପ୍ରାଣୀ ଧନ ନିରୀକ୍ଷଣ କେନ୍ଦ୍ର ପାଇଁ ଅନୁଦାନ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ସ୍ଥାନ ଅଭାବ ଯୋଗୁଁ ତାହା ନିର୍ମାଣ ହୋଇପାରୁନାହିଁ । ଏସଂପର୍କରେ ରାଜସ୍ବ ବିଭାଗ କୁ ବହୁବାର ଚିଠି ଲେଖା ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ବାହାରପୁର ଓ ବଳରାମ ପୁର ନିରୀକ୍ଷକ ପଦବୀ ଦୀର୍ଘ 2014 ମସିହାରୁ ଖାଲି ପଡ଼ିଛି। ଧରାକୋଟ ସଦର ମହକୁମାରେ ଦୁଇ ଡାକ୍ତର ପଦବୀ ଖାଲି ପଡ଼ିଛି। ଏଠାରେ ଗୋଦାମ ଗୃହ,ତାଲିମ ଗୃହ,କର୍ମଚାରୀ କ୍ୱାର୍ଟର ନାହିଁ।ମୁଖ୍ୟ ଫାଟକ ନାହିଁ ଯାହା ଫଳରେ ଅବାଧରେ ବୁଲା ପଶୁମାନେ ଭିତରେ ବିଚରଣ କରୁଥିବା ଦେଖାଯାଉଛି । କର୍ମଚାରୀ ଅଭାବରୁ ସନ୍ତୁଳିତ ହେଉଥିବା ପ୍ରାଣୀ ଚିକିତ୍ସା ସେବା ରେ ସୁଧାର ଆସିବା ଆସିବା ପାଇଁ ସରକାର ଘୋଷଣା କରିଥିବା ପଶୁ ଆମ୍ବୁଲାନ୍ସ ଏଠାରେ ଯୋଗାଇ ଦେବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍