ବର୍ଷା ଉଭାନ,ଜମି ଫାଟି ଆଁ,ଚିନ୍ତାରେ ଚାଷୀ

ବର୍ଷା ଉଭାନ,ଜମି ଫାଟି ଆଁ,ଚିନ୍ତାରେ ଚାଷୀ

0 0
Read Time:3 Minute, 6 Second

ଧରାକୋଟ ବ୍ଲକର ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି। ପାଖା ପାଖି ଦାସ ଦିନ ଧରି ବର୍ଷା ହୋଇନାହିଁ। ଗତ ଲଘୁଚପଜନିତ ବର୍ଷାରେ ଚାଷୀ ନିଜର ଜମିକୁ ଉଠିଆ କରି ସାର , ଖତ୍ ଧାର ଉଧାର କରି ଜମିରେ ପକାଇ ରୁଆ, ବେଉଷା କରିଥିଲା। ଲଘଚାପଜନିତ ବର୍ଷା ଚାଷୀ ମୁହଁରେ ହସ ଫୁଟାଇ ଥିଲା ।ଏପରିକି ଚାଷୀ ନିଜର ଏବଂ ଭାଗ ଚାଷ କରୁଥିବା ଜମିରେ ପ୍ରଥମ ପିଡ଼ିଆ ମଧ୍ୟ ପକାଇ ସରିଛି । ତଳି ଧୀରେ ଧୀରେ ସଳଖି ଆସି ସବୁଜ ବର୍ଣ୍ଣ ଧାରଣ କରି ପୁଡ଼ା ହେବା ସ୍ଥିତି ଆସି ଯାଇଥିବାରୁ ବର୍ତ୍ତମାନ ଜମିରେ ପାଣିର ନିହାତି ଆବଶ୍ୟକ ରହିଛି। ହେଲେ ବର୍ଷା ହେଉ ନ ଥିବାରୁ ଏବେ ଚିନ୍ତାରେ ପଡ଼ିଛନ୍ତି ଚାଷୀ ମାନେ। ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ବର୍ଷା ନ ହେଲେ ଅବସ୍ଥା ଖରାପ ଆଡ଼କୁ ଗତି କରିବ। ବ୍ଲକର ଋଷିକୁଲ୍ୟା କେନାଲ, ହରଭଙ୍ଗି କେନାଲ, ବଡ଼ ନଇ କେନାଲ ଦ୍ଵାରା ଯାହା ଜଳସେଚନ ହେଉଛି ତାକୁ ଛାଡ଼ି ଅନ୍ୟ ପଂଚାୟତରେ ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି ।ସରକାର ଚାଷୀଙ୍କ ପାଇଁ ମେଗା ଜଳସେଚନ ଯୋଜନା,ଏକାଧିକ ଚାଷୀଙ୍କୁ ନେଇ ବୋର ଦ୍ଵାରା ଉଠା ଜଳସେଚନ ଯୋଜନା ହାତକୁ ନେଇଛନ୍ତି ହେଲେ ତାହାର କାର୍ଯ୍ୟଳୟ ନଥିବାରୁ ଚାଷୀ ପରାମର୍ଶ କାହାଠାରୁ ନେବ ଜାଣି ପାରୁନାହିଁ। ବିଭାଗୀୟ ଅଧିକାରୀ ମାନେ କାର୍ଯ୍ୟଳୟ ନଥିବା ଯୋଗୁଁ ମୁଣ୍ଡରୁ ଦାୟିତ୍ଵ ଝାଡି ବେଶ୍ ଆରାମରେ ରହିଥିବା ବେଳେ ଚାଷୀ ଆଖିରୁ ଲୁହ ଝରୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ବୀମା କମ୍ପାନୀ ର ମନମାନୀ। ଗତ ବର୍ଷ ଚାଷୀ ବେଶ ଆଶାବାଦୀ ହୋଇ ନିଜର ଧାନଚାଷ ଜମିକୁ ବୀମା ଭୂକ୍ତ କରିଥିଲା । ଗତବର୍ଷର ଲଗାଣ ବର୍ଷାରେ ନିଜର ଧାନ ଫସଲ ଉଜୁଡି ଗଲା । ରାଜସ୍ବ ବିଭାଗ ତରଫରୁ ଆକଳନ କରି ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ କରାଗଲା ।ଅଥଚ ସମବାୟ ସମିତି ମାଧ୍ୟମରେ ହୋଇଥିବା ବୀମା ର କ୍ଷତି ପୂରଣ ଅର୍ଥ ଏପର୍ଯ୍ୟନ୍ତ ଚାଷୀଙ୍କୁ ମିଳିଲାନି । ଯାହା ଫଳରେ ଚଳିତ ବର୍ଷ ଚାଷୀ ବୀମାଭୁକ୍ତ ହେବାକୁ ମନ ବଳାଇଲାନହିଁ। ଆଶ୍ଚର୍ଯ୍ୟର କଥା ଏସଂପର୍କରେ କାହା ପାଖରେ ଉତ୍ତର ନାହିଁ । ଚାଷୀ ଗୁହାରି କହିବ କାହାକୁ ତାହା ଜାଣିପାରୁ ନାହି। କୁଆଡେ ଗଲା ବୀମା କମ୍ପାନୀ ଏବଂ ତାର ଅଧିକାରୀ । ଏଣୁ ଚଳିତ ବର୍ଷ ଚାଷୀ ପାଇଁ ସୁଚିନ୍ତିତ ପଦକ୍ଷେପ ନେବାକୁ ସରକାରଙ୍କୁ ଚାଷୀ ମାନେ ନିବେଦନ କରିଛନ୍ତି। ଏବଂ ଜଳସେଚନ ବ୍ୟବସ୍ଥାର ସୁଧାର ପାଇଁ ଅଧିକ ଚେକ୍ ଦ୍ୟାମ,ଋଷିକୁଲ୍ୟା, ଘୋଡାହାଡ଼ , ବଡ଼ନଦୀ ଉପରେ ବ୍ୟେରେଜ୍ ନିର୍ମାଣ ପାଇଁ ଦାବୀ କରିଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍