ଗୁରୁକୃପା ଆଶ୍ରମର ପ୍ରତିଷ୍ଠା ଦିବସ ପାଳନ:ଭକ୍ତଙ୍କ ପ୍ରବଳ ସମାଗମ

ଗୁରୁକୃପା ଆଶ୍ରମର ପ୍ରତିଷ୍ଠା ଦିବସ ପାଳନ:ଭକ୍ତଙ୍କ ପ୍ରବଳ ସମାଗମ

0 0
Read Time:2 Minute, 1 Second

ଧରାକୋଟ ବ୍ଲକର ଝାଡବନ୍ଧ ପଞ୍ଚାୟତର କଳାସୂତା ନିକଟସ୍ଥ ରାମଘାଟ ସ୍ଥିତ ଗୁରୁକୃପା ଆଶ୍ରମର ପ୍ରତିଷ୍ଠା ଦିବସ ପବିତ୍ର ଋଷି ପଞ୍ଚମୀ ତିଥିରେ ଧାର୍ମିକ ପରମ୍ପରା ଅନୁଯାୟୀ ପାଳନ ହୋଇଯାଇଛି । ପ୍ରଭାତରୁ ଆଶ୍ରମ ପରିସରରେ ରାମ ଧୁନ ସହ ପ୍ରଭାତ ଆଳତୀ ହନୁମାନ ଠାକୁରଙ୍କୁ ପ୍ରଦାନ ପରେ ନାମଯଜ୍ଞ, ହୋମଯଜ୍ଞ , ଘୃତ ଯଜ୍ଞ ଅନୁଷ୍ଠିତ ହୋଇଥିଲା ।ଏହା ପରେ ଆଶ୍ରମର ପ୍ରତିଷ୍ଠାତା ପରମ ପୂଜ୍ୟ ଗୁରୁଦେବଙ୍କ ଦ୍ଵାରା ଧ୍ଵଜାବତରଣ କରାଯାଇ ଜଗତର କଲ୍ୟାଣ ପାଇଁ ସନାତନ ଧର୍ମର ପ୍ରଚାର, ପ୍ରସାର, ନାମର ପ୍ରଚାର ସହ ଧାର୍ମିକ ପ୍ରବଚନ ପ୍ରଦାନ କରାଯାଇଥିଲା। ସଂପ୍ରତି କଳିଯୁଗର ଅବକ୍ଷୟମୁଖୀ ଗତିକୁ ରୋକି ଏକ ଧାର୍ମିକ ସଦ ଭାବନା ସୃଷ୍ଟି ପାଇଁ ରାମଘାଟ ଆଶ୍ରମରେ ଦେଶର ବିଭିନ୍ନ ପ୍ରନ୍ତରରୁ ଭିଭିନ୍ନ ଭାଷାରେ ଲିଖିତ ୭୮୦ କୋଟି ରାମନାମ ଏହି ଆଶ୍ରମରେ ପହଞ୍ଚିଛି। ଯୁଗର ସର୍ଜନା ପାଇଁ ଏଠାରେ ଏକ ନାମ ମନ୍ଦିର ପ୍ରତିଷ୍ଠା କରାଯିବ ଏବଂ ସନାତନ ଧର୍ମର ଏହା ଏକ ସର୍ବ ଶ୍ରେଷ୍ଠ ଧାମ ରୂପେ ପରିଗଣିତ ହେବ । ରାମ ଘାଟ ଆଶ୍ରମ ଏକ ନୈସର୍ଗିକ ପ୍ରାକୃତିକ ପରିବେଶ ମଧ୍ୟରେ ତିନୋଟି ପାହାଡ଼ ଯଥା ମାଛଖାଇ,ହତିମୁଣ୍ଡା ଓ ବାନାବନ୍ଧ ର ମଧ୍ୟ ଭାଗରେ ଅବସ୍ଥିତ। ଆଶ୍ରମ ପରିପାଟୀରେ ପଞ୍ଚବଟୀ,ବୃନ୍ଦାବନ,ଗୋଶାଳା,ସାଧନା ପୀଠ, ରୋଷଶାଳା ଓ ବଶିଷ୍ଠ ବିଦ୍ୟା ମନ୍ଦିର ଅବସ୍ଥିତ ।ଆଶ୍ରମର ଶାନ୍ତ ସ୍ନିଗ୍ଧ ପରିବେଶ ସାଙ୍ଗକୁ ଧାର୍ମିକ ଭାବନା ଓ ଗୁରୁଦେବଙ୍କ ମୁଖ ନିସୃତ ବାଣୀ ଶୁଣିବା ପାଇଁ ଭକ୍ତଙ୍କର ସମାଗମ ବଢ଼ିବାରେ ଲାଗିଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ସ୍ପେଶାଲ୍ ରିପୋର୍ଟ