ବହୁ ଚର୍ଚ୍ଚିତ ସୁରି ମାହାନ୍ତି ହତ୍ୟାକାଣ୍ଡ ର ଅଭିଯୁକ୍ତକୁ ବିଚାରଣା

ବହୁ ଚର୍ଚ୍ଚିତ ସୁରି ମାହାନ୍ତି ହତ୍ୟାକାଣ୍ଡ ର ଅଭିଯୁକ୍ତକୁ ବିଚାରଣା

0 0
Read Time:1 Minute, 14 Second

ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ,ଆସିକା କୋର୍ଟରେ ସୁରି ମହାନ୍ତି ହତ୍ୟାକାଣ୍ଡ ର ଅଭିଯୁକ୍ତଙ୍କୁ ବିଚାରଣା କରାଯାଇଥିଲା।ଗତ ୧୦ଜୁଲାଇ୨୦୦୮ରେ ପୂର୍ବତନ ଆସିକା ଏନ ଏ ସି ଉପାଧ୍ୟକ୍ଷ ସୁରେନ୍ଦ୍ର ନାଥ ମହାନ୍ତିଙ୍କୁ ନିଜ ବାସଭବନ ବାରଣ୍ଡାରେ ବସି ଖବରକାଗଜ ପଢ଼ୁଥିବା ଅବସ୍ଥାରେ ଗୁଳିକରି ହତ୍ୟା କରାଯାଥିଲା।ଏନେଇ ଆସିକା ଥାନା ରେ ୭ଜଣଙ୍କ ନାମରେ ହତ୍ୟା ଅଭିଯୋଗ ଆସିଥିଲା।ଇତି ମଧ୍ୟରେ ସମସ୍ତ ସାକ୍ଷୀଙ୍କ ବିଚାରଣା ସରି ଯାଇଛି।ଏବେ କୋର୍ଟ ଅଭିଯୁକ୍ତ ବିକ୍ରମ ମଲ୍ଲିକ, ସୁଶୀଲ ବେହେରା,ଲେମ୍ବୁ ତାରିଣୀ ଓରଫ ନାରାୟଣ ତାରିଣୀ,ବସନ୍ତ ମହାନ୍ତି,ଶଙ୍କର ମହାନ୍ତି,ଭାଲୁ, ଓରଫ ଭଗବାନ ସାହୁ,ଈଶ୍ୱର ନାୟକ ଏମାନେ ଆଜି କୋର୍ଟରେ ବିଚାରଣା ପାଇଁ ହାଜର ହୋଇଥିଲା।ଏସ ଡି ୩୬/୧୩ ପ୍ରକାରେ ଏହି ମାମଲାର ବିଚାରଣା ଆସନ୍ତା ୫ ତାରିଖ ଧାର୍ଯ୍ୟ ହୋଇଛି।ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଜିତ ଚୌଧୁରୀ ପକ୍ଷ ରଖିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ଅପରାଧ