Read Time:42 Second
ଘରେ ଶୋଇଥିବା ଅବସ୍ଥାରେ ୭୫ବର୍ଷୀୟା ମାୟା ସେଠୀ ସାପ କାମୁଡାରେ ମୃତ ହୋଇଛି । ବଡ଼ଖୋଲି ଗ୍ରାମର ମାୟାଙ୍କୁ ଗୁରୁତର ଅବସ୍ଥାରେ ଆସିକା ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ହିଁ ତାଙ୍କର ମୃତ ହୋଇଥିବା ଡାକ୍ତର ଘୋଷଣା କରିଥିଲେ ।ଏନେଇ ଆସିକା ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ଏକ ଅପମୃତ ମାମଲା ରୁଜୁ କରିଛି ।ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର ହେବା ସୂଚନା ମିଳିଛି ।

