ବାରିପଦା ଟାଉନ୍ ଥାନା ପୋଲିସ କୁ ମିଳିଛି ବଡ଼ ସଫଳତା।ଜଣେ କୁଖ୍ୟାତ ଆନ୍ତଃରାଜ୍ୟ ଚୋରା କୁ ଧରିବାରେ ପୋଲିସ କୁ ମିଳିଛି ସଫଳତା। ବାରିପଦା ସହର ର ବାଲେଶ୍ଵର ଗୋଲେଇ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନ ରେ ଗତ ୨୧ତାରିଖ ରେ ସଟର କାଟି ବ୍ୟାପକ ପରିମାଣର ନାମି ଦାମି କମ୍ପାନୀ ର ବିଦେଶୀ ମଦ ବୋତଲ ଚୋରି ହୋଇଥିଲା ।ଏ ନେଇ ଦୋକାନ ମାଲିକ ବାରିପଦା ଟାଉନ୍ ଥାନା ରେ ଲିଖିତ ଅଭିଯୋଗ କରି ବା ପରେ ପୋଲିସ ଦୋକାନ ର ସିସିଟିଭି ଫୁଟେଜ କୁ ନେଇ ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ବାରିପଦା ରେଳ ଷ୍ଟେସନ ନିକଟରେ ବୁଲୁଥିବା ବେଳେ ଚୋର ଦଳ ର ଜଣେ ବ୍ୟକ୍ତି ଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଂକ ହେଲେ ହେମନ୍ତ ଦାସ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବରଗଡ଼ ଥାନା ଅଞ୍ଚଳ ର ବୋଲି ଜଣା ପଡିଛି।
ଗିରଫ ହେମନ୍ତ ଙ୍କ ଠାରୁ ପୋଲିସ ଏକ ଲକ୍ଷ ଟଙ୍କା ଏବଂ ଚୋରି ବ୍ୟବହୃତ ସାମଗ୍ରୀ ଜବତ କରିଛି ।
ହେମନ୍ତ ଙ୍କ ନାମରେ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରର ର ବିଭିନ୍ନ ଥାନା ରେ ୯୫ ରୁ ଉର୍ଦ୍ଧ୍ବ ମାମଲା ରହିଛି। ଏପରିକି ଗିରଫ ହେମନ୍ତ ମୁମ୍ବାଇ ର ତାଜ ହୋଟେଲ ରେ ଚୋରି କରିଥିବା ଜଣା ପଡିଛି।
ବାରିପଦା ଟାଉନ୍ ଥାନା ପୋଲିସ ହେମନ୍ତ ଙ୍କ ସହ ଥିବା ଅନ୍ୟ ମାନଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି।
କୁଖ୍ୟାତ ଆନ୍ତଃରାଜ୍ୟ ଚୋର ଗିରଫ ୯୫ ରୁ ଉର୍ଦ୍ଧ୍ବ ମାମଲା ଥିବା ଜଣାପଡିଛି।
Read Time:1 Minute, 42 Second

