ବ୍ରହ୍ମପୁର ସ୍ପୋର୍ଟ ଏରିନା ଇଣ୍ଡୋର ଷ୍ଟାଡିୟମରେ ତିନିଦିନ ଧରି ଚାଲିଥିବା ବେଡ଼ମିଣ୍ଟନ ଚମ୍ପିୟାନସିପ ୨୦୨୨ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ପି ଡି(ଗଂଜାମ)କୀର୍ତ୍ତୀ ଭାସନ ,ଏସୋସିଏସନ ସଭାପତି ସି ବି କେ ସୁଧାକର ଓ ଜେ ତିରମୁଲା ରାଓ ଯୋଗଦେଇ କୃତି ପ୍ରତିଯୋଗିତାଙ୍କୁ ପୁରସ୍କୃତ କରିଥିଲେ।ଓଡିଶା ବେଡ଼ମିଣ୍ଟନ ଏସୋସିଏସନ ସହଯୋଗରେ ଗଂଜାମ ଜିଲ୍ଲା ବେଡ଼ମିଣ୍ଟନ ଏସୋସିଏସନ ଦ୍ୱାରା ବେଡ଼ମିଣ୍ଟନ ଚମ୍ପିୟାନସିପର ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ ଜିଲ୍ଲାରୁ ମୋଟ ୨୨୦ ଜଣ ପୁରୁଷ ଓ ମହିଳା ବିଭିନ୍ନ ବର୍ଗରେ ପ୍ରତିଦ୍ବନ୍ଦିତା କରିଥିଲେ। ବାଳିକା ଦଳ ୧୩ ବର୍ଷୀୟା ଵର୍ଗର ସିଙ୍ଗଲ ରେ ସୋଫିୟା ପାଢ଼ୀ ବିଜେତା,ଯମୁନା ଗୌଡ଼।ବାଳକ ଦଳରେ ୧୩ ବର୍ଷ ଵର୍ଗ ସିଙ୍ଗଲରେ ଶ୍ରୀୟନସୁ ପଣ୍ଡା ବିଜେତା, ସୂର୍ଯ୍ୟଂସୁ ରାଓ ରନର।ବାଳିକା ଦଳର ୧୫ବର୍ଷୀୟା ବିଭାଗର ସିଙ୍ଗଲରେ ସୋଫିଆ ପାଢ଼ୀ ବିଜେତା, ଲବନ୍ୟା ରାଜିଭ ରନର।ସେହି ୧୫ ବର୍ଷ ବର୍ଗର ପୁରୁଷରେ ସି. ହେଚ. ଶଙ୍କର ପାତ୍ର ରନର।ବାଳକ ଦଳରେ ୧୭ ବର୍ଷ ବର୍ଗର ସିଙ୍ଗଲରେ ଅବିନାଶ ମୁନୀ ବିଜେତା ଏବଂ ଜି ସମୀର ରନର।ବାଳକ ବର୍ଗର ୧୯ବର୍ଷ ବିଭାଗରେ ରୋହିତ କୁମାର ବେହେରା ବିଜେତା ଏବଂ ଏସ ସିଦ୍ଧାର୍ଥ ରେଡି ରନର।ବାଳକ ବିଭାଗ ୧୫ବର୍ଷ ବର୍ଗ ଡବଲ ରେ ସି.ହେଚ. ଶଙ୍କର ପାତ୍ର ଓ ଟି.ରାମେଶ୍ୱର ପାତ୍ର ବିଜେତା ଏବଂ ଆଞ୍ଜେନେୟ ଡାକୁଆ ଓ ବୈଭବ ସାହୁ ରନର।ମହିଳା ଦଳ ୧୭ ବର୍ଷ ବର୍ଗର ଡବଲରେ ଲବନ୍ୟା ରାଜିଭ ଓ ଅନନ୍ୟା ରାଜିଭ ଏବଂ ସନ୍ଧ୍ୟା ପାତ୍ର ଓ ଶୁଭସ୍ମିତା ପାଣିଗ୍ରାହୀ ରନର।ପୁରୁଷ ଦଳର ୧୭ ବର୍ଷୀୟ ଡବଲରେ ଅବିନାଶ ମୁନୀ ଓ କେ ବୈଷ୍ଣବ ବିଜେତା ଏବଂ ଜି.ସମୀର ଓ ପ୍ରଭାତ ପ୍ରଧାନ ରନର।ମହିଳା ବର୍ଗରେ ଏ.କନକ୍ୟା ପ୍ରିୟଦର୍ଶନୀ ବିଜେତା ଓ କେ କାବ୍ୟା ରନର।ବାଳିକା ବିଭାଗର ୧୭ ବର୍ଷରେ ସିଙ୍ଗଲରେ ସୋଫିଆ ପାଢ଼ୀ ବିଜେତା ଓ ଅନନ୍ୟା ରାଜିଭ ପୁରସ୍କୃତ ହୋଇଛନ୍ତି।
ବ୍ରହ୍ମପୁର:ଜିଲ୍ଲା ସ୍ତରୀୟ ବେଡ଼ମିଣ୍ଟନ ଚମ୍ପିୟାନ ସିପ ୨୦୨୨ ଉଦଯାପିତ
Read Time:2 Minute, 33 Second

