ଶ୍ରମମନ୍ତ୍ରୀଙ୍କ ଚିନିଶିଳ୍ପ ପରିଦର୍ଶନ ଓ ସମୀକ୍ଷା

ଶ୍ରମମନ୍ତ୍ରୀଙ୍କ ଚିନିଶିଳ୍ପ ପରିଦର୍ଶନ ଓ ସମୀକ୍ଷା

0 0
Read Time:2 Minute, 8 Second

ଆସିକା ଚିନିଶିଳ୍ପ ପରିଦର୍ଶନ କଲେ , ଶ୍ରମ ବିଭାଗ ମନ୍ତ୍ରୀ ଶ୍ରୀକାନ୍ତ ସାହୁ । ଚିନିକଳ ଓ ବଟଲିଂ ପ୍ଲାଣ୍ଟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାସହ ଆଖୁଚାଷୀ ମାନେ କିଭଳି ଅଧିକ ପରିମାଣର ଆଖୁ ଚାଷ କରିବେ , ସେ ଦିଗରେ ଗୁରୁତ୍ୱାରୋପ କରିଥିଲେ ମନ୍ତ୍ରୀ ଶ୍ରୀ ସାହୁ । ବିଭିନ୍ନ ସମୟରେ ଆଖୁ ଉତ୍ପାଦନ କମ୍ ରହୁଥିବାରୁ , ଆସିକା ଚିନିକଳରେ ଉତ୍ପାଦନ ହାର କମିଯାଉଛି । ଏଣୁ ଚିନି ଉତ୍ପାଦନ ବୃଦ୍ଧି କରିବା ପାଇଁ , ଅଧିକ ପରିମାଣରେ ଆଖୁ ଚାଷ କରାଯିବା ଜରୁରୀ ହୋଇଛି । ଏଥିପାଇଁ ଆଖୁଚାଷୀଙ୍କୁ ଉତ୍ସାହିତ କରି , ଆଖୁଚାଷ ପ୍ରତି ଆଗ୍ରହ ବଢ଼ାଇବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସମୀକ୍ଷା ବୈଠକ ରେ ଆଲୋଚନା ହୋଇଥିଲା । ଏଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ ମନ୍ତ୍ରୀ ଶ୍ରୀ ସାହୁ । ମନ୍ତ୍ରୀ ଙ୍କ ପରିଦର୍ଶନ ଓ ସମୀକ୍ଷା ବୈଠକରେ ସ୍ଥାନୀୟ ବିଧାୟିକା ମଞ୍ଜୁଳା ସ୍ବାଇଁ , ଶ୍ରମ ବିଭାଗ ଅଧିକାରୀ , ସମବାୟ ବିଭାଗ କର୍ମଚାରୀ, ଚିନିକଳ ପରିଚାଳନା ନିର୍ଦ୍ଦେଶକ ମନୋରଂଜନ ନାୟକ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।ମନ୍ତ୍ରୀଙ୍କ ଗ୍ରସ୍ତରେ ବିଜେଡ଼ି ନେତା ନାଚିକେତ ସ୍ୱାଇଁ,ଭଗବାନ ସାହୁ,ଦିଲ୍ଲୀପ ପାଣିଗ୍ରାହୀ, ମନୋଜ ଦୋରା,ସତ୍ୟନାରାୟଣ ସ୍ୱାଇଁ ଙ୍କ ସମେତ ଦଳର ଛାମୁଆ ନେତା,ସରପଞ୍ଚ ଓ ସମିତି ସଭ୍ୟ ,ଆଖୁ ଚାଷୀ ସଂଘର ସମୀର ପ୍ରଧାନ,ପୂର୍ଣ ବରାଡ,ଚିନିଶିଳ୍ପ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମା ଶଙ୍କର ସିଂ ଓ ଥାନ ଅଧିକାରୀ ପ୍ରଶାନ୍ତ ସାହୁ ସୁରକ୍ଷା ଦାଇତ୍ୱ ତୁଲାଇଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍