ଗଞ୍ଜାମ ଜିଲ୍ଲାପାଳ ଆସିକା ଗ୍ରସ୍ତରେ ଆସି ସମୀକ୍ଷା

ଗଞ୍ଜାମ ଜିଲ୍ଲାପାଳ ଆସିକା ଗ୍ରସ୍ତରେ ଆସି ସମୀକ୍ଷା

0 0
Read Time:2 Minute, 7 Second

ଆସିକା ପରିଦର୍ଶନରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଆସି ଟିପିସର ନାଳ,ଚେରମାରିଆ ବ୍ରିଜ,ଋଷିକୂଲ୍ୟା ଓ ବଦନଦୀ ମୁହାଣ,ପରିଦର୍ଶନ କରି ପ୍ରସ୍ତାବିତ ସବ ଡିଭିଜନ ହସ୍ପିଟାଲ ଉପରେ ଆଲୋଚନା କରି ଫେରିଛନ୍ତି।ତାଙ୍କରି ଗ୍ରସ୍ତ ବେଳେ ତହସିଲଦାର ସଂଜୟ ସାମନ୍ତରାୟ, ବିଡ଼ିଓ ରୋଶନ ଶତପଥୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ।ପ୍ରକାଶ ଥାଉକି ଆସିକା ପାଇଁ କାଳ ଟିପିସର ନାଳ ଏକଥା ଜନ ଜଗତ୍ର ଜାଣନ୍ତି। ବର୍ଷା ଆସିଗଲେ ଲୋକଙ୍କ ଭିତରେ ଛନକା ପଶେ,କାଳେ ବନ୍ୟା ହୋଇଯିବ ଏ ଡର ସଦାସର୍ବଦା ରହିଥାଏ।ଲୋକେ ଥରେ କି ଦୁଇ ଥର ନୁହଁ ସାତ ସାତ ଥର କୁତ୍ରିମ ବନ୍ୟା ବିଭୀଷିକକୁ ଅଙ୍ଗେ ଲିଭାଇଛନ୍ତି ଲୋକେ। ଏକଥା ସତ ଯେ,ସହରର ବନ୍ୟାଜଳ ଟିପିସର ନାଳ ଦେଇ ଋଷିକୂଲ୍ୟା ନଦୀ ମୁହାଣକୁ ଯାଏ।କିନ୍ତୁ ଟିପିସର ଏବେ ଜବରଦଖଲ,ଆବର୍ଜନା ପୂର୍ଣ୍ଣ, ଗଛଲତାରେ ମାଳି ଯିବା ଏବଂ ନିଷ୍କାସନ ପଥ ସଙ୍କୁଚିତ ଫଳରେ କୁତ୍ରିମ ବନ୍ୟା ହୁଏ।ପ୍ରଶାସନ ସବୁ ଜାଣି ଅଜଣା ସାଜିଛି ।ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ହୋଇନି।ହଁ ,କେବଳ ଦଳ ସଫା କରିଦେଇ ଲୋକ ଦେଖାଣିଆ କାର୍ଯ୍ୟ କରିଥାନ୍ତି।ସେହି ଭଳି ଆସିକାକୁ ଜିଲ୍ଲା ଦାବି ହୋଇଥିଲା କିନ୍ତୁ ପୌର ପରିଷଦ ବି ହୋଇ ପାରିଲାନି।ଏଭଳି ବହୁବିଧ ସମସ୍ୟାରେ ଆସିକା ଗତି କରୁଥିବା ବେଳେ ଲୋକଙ୍କ ସମସ୍ୟା ବଢୁଛି।ହେଲେ ରାଜନେତା ହେଉ ଅବା ପ୍ରଶାସକ ଏମିତି ଆସନ୍ତି କଥା ଦିଅନ୍ତି ଆଉ ଫେରିଯାନ୍ତି ।କିନ୍ତୁ କାର୍ଯ୍ୟ ଆଖି ଦୁର୍ଷ୍ଟିଆ କାମ ହୁଏନି ।ତେଣୁ ଆସିକାବାସୀ ନିଜ ଭାଗ୍ୟକୁ ଆବୋରି  ରୁହନ୍ତି।ଆଉ ଉପହାସ ହେବାକୁ ଚାହୁଁ ନାହାଁନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍