Read Time:1 Minute, 6 Second
ବିଜୁ ଯୁବ ଛାତ୍ର ଜନତା ଦଳ, ଆସିକା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଦଳ ର ୨୫ ବର୍ଷ ପୃତ୍ତି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା l ଆସିକା ବ୍ଲକ ଅନ୍ତର୍ଗତ ଚଢ଼େଇଆ ପଲି ପଂଚାୟତ ର କେ.ରାଇସଙ୍ଗପୁର ସ୍କୁଲ ହତା ମଧ୍ୟରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଥିଲା l ବିଧାୟିକା ଙ୍କ ନିଦେଶ କ୍ରମେ ଗଞ୍ଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ ଙ୍କ ନେତ୍ତ୍ୱତ୍ୱ ରେ ମନୋଜ ଦୋରା, ଭଗବାନ ସାହୁ, ଦିଲୀପ ପାଣିଗ୍ରାହୀ, ଶିବ ନାହାକ, ରାଜେଶ ପଟ୍ଟନାୟକ, ଅଭିମନ୍ୟୁ ନାହାକ, ଅନିମା ପରିଡା, ସୂର୍ଯ୍ୟକାନ୍ତ ପରିଡା, ଜୟସନ ସ୍ୱାଇଁ, ଜିତେନ୍ଦ୍ର ମହାରଣା ସମେତ ବିଜୁ ଜନତା ଦଳ ଓ ଛାତ୍ର ଜନତା ଦଳ ର କର୍ମ କର୍ତା ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଥିଲେ l

