Read Time:1 Minute, 11 Second
ଅଳିଆ ଗଦାରୁ ନବଜାତ ଶିଶୁକୁ ସ୍ଥାନୀୟ
କଲେ ଉଦ୍ଧାର କରିଛନ୍ତିl ଗଞ୍ଜାମ ଜିଲ୍ଲା ଧରାକୋଟ ବଡଦାଣ୍ଡ ସାହିର ଜଣେ ବ୍ୟବସାୟୀ ଙ୍କ ଘର ବାଡ଼ିପଟ ଅଳିଆଗଦାରେ ଜନ୍ମିତ ଶିଶୁଟି କାନ୍ଦୁଥିବା ଲୋକେ ଦେଖିଥିଲେ।ସ୍ତାନୀୟ ଲୋକଙ୍କ ଦ୍ୱାରା ଶିଶୁପୁତ୍ର ଟି କୁ ଉଦ୍ଧାର କରି ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତିକରିଥିଲେ l ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ତେବେ ଏହି ନବଜାତ ଶିଶୁ ଅଳିଆ ଗଦାକୁ କାହିଁକି ଆଉ କେଉଁ ପରିସ୍ଥିରେ କିଏ ପକାଇଲା ତାହାକୁ ନେଇ ଏବେ ଚର୍ଚ୍ଚା ହୋଇଛି l ଅବୈଧ ସମ୍ପର୍କ ଯୋଗୁ ଶିଶୁପୁତ୍ର କାଳେ ଜନ୍ମ ହୋଇଥିବା କାରଣରୁ ଏହିଭଳି ଅଳିଆ ଗଦାରେ କିଏ ପକାଇ ଦେଇଥିବ ବୋଲି ଅଞ୍ଚଳରେ ଆଲୋଚନା ହେଉଛି l ଧରାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

