କେନ୍ଦ୍ର ରେ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ଵାଧୀନ ବିଜେପି ସରକାର ର ଆଠବର୍ଷ ପୂର୍ତ୍ତି ଅବସର ରେ ଦଳ ପକ୍ଷରୁ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ କନ୍ୟକାପରମେଶ୍ବରୀ ମନ୍ଦିର ପରିସରେ ଭାରତୀୟ ଜନତା ପାର୍ଟି ଘୁମୁସର ଜିଲ୍ଲା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ବରିଷ୍ଠ ବିଜେପି ନେତା ସୂର୍ଯ୍ୟ ନାରାୟଣ ଦାଶ ଙ୍କ ସଂଯୋଜନା ଘୁମୁସର ଜିଲ୍ଲା ର ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ବିଗତ ଆଠ ବର୍ଷର କେନ୍ଦ୍ର ସରକାରଙ୍କ ଜନହିତକର କର୍ଯ୍ୟକ୍ରମ୍ ଓ ସୁଶାସନ ର ବିଶଦ ବିବରଣୀ ପ୍ରଦାନ କରିଥିଲେ ।କେନ୍ଦ୍ରର ବିଭିନ୍ନ ଯୋଜନାକୁ ଅନ୍ୟ ନାମ ଦେଇ ରାଜ୍ୟ ସରକାର ଲୋକଙ୍କୁ ବିଭ୍ରାନ୍ତ କରିଥିବାର ବିଷୟକୁ ସମାଲୋଚନା କରିଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ ଦେବରାଜ ମହାନ୍ତି,ଅରୁଣ ପଣ୍ଡା,ମହେଶ୍ୱର ମହାନ୍ତି,ବିନାୟକ ତ୍ରିପାଠୀ,ଘୁମୁସର ଜିଲ୍ଲାର ଉପସଭାପତି ପ୍ରଭାକର ପଣ୍ଡା,ନୀଳ ମଣି ବିଷୋୟୀ,ନାରାୟଣ ବେହେରା, ସରୋଜ ଭଞ୍ଜ ,ଦୁର୍ଗା ଚରଣ ପଟ୍ଟନାୟକ, ପ୍ରଶାନ୍ତ ଚର୍ଚ୍ଚି,ରବିନ୍ଦ୍ର ପଲେଇ ସହ ବହୁ ବଜେପି ଆଗଧାଡିର ନେତା ଉପସ୍ଥିତ ରହିଥିଲେ । ଦଳ ର ବିଭିନ୍ନ ସଙ୍ଗଠନ ପକ୍ଷରୁ ଜନ ସମ୍ପର୍କ ଅଭିଯାନ ରେ ଗ୍ରାମାଞ୍ଚଳରେ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା କୁହାଯାଇଛି।
Attachments area

