ଗଜପତି ଜିଲ୍ଲା ର ମୋହନା ବ୍ଲକରେ ପ୍ରଥମ ଦଫା ୧୬ତାରିଖ ଦିନ ତ୍ରି -ସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନ କରିବା ନିମନ୍ତେ ରାଜ୍ୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି।ଏହି ବ୍ଲକରେ ପ୍ରଥମ ଦଫାରେ ନିର୍ବାଚନ ଅନୁଷ୍ଠିତ ହେବ।ଗଜପତି ଜିଲ୍ଲାରେ ୭ଟି ବ୍ଲକରେ ୧୪ଟି ଜିଲା ପରିଷଦ ଆସନ ଥିବାବେଳେ କେବଳ ମୋହନା ବ୍ଲକ ଗଜପତି ଜିଲ୍ଲାର ସର୍ବବୃହତ ବ୍ଲକ ହୋଇଥିବାରୁ କେବଳ ଏହି ବ୍ଲକରେ ତିନିଟି ଜିଲା ପରିଷଦ ଆସନ ରହିଛି।ଏହି ମୋହନା ବ୍ଲକରେ ପ୍ରଥମ ଦଫାରେ ନିର୍ବାଚନ ହେବ।ଆଜିଠାରୁ ନିର୍ବାଚନ ସୁଚାରୁରୂପେ ସମ୍ପାଦନ କରିବା ନିମନ୍ତେ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।ଆଜି ନିର୍ବାଚନରେ ନିୟୋଜିତ କର୍ମଚାରୀ ଙ୍କ ସମେତ ପୁଲିଙ୍ଗ କର୍ମଚାରୀ ମଧ୍ୟ ଆଜିଠାରୁ କାର୍ଯ୍ୟରେ ଯୋଗଦେଇଛନ୍ତି।ଆଜି ମୋହନା ବ୍ଲକର ତିନିଟି ଜିଲା ପରିଷଦ ଅଞ୍ଚଳ କୁ ସମସ୍ତ କର୍ମଚାରୀ ଯାଇ ନିର୍ବାଚନ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ ହେବେ।ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡା, ପି ଡି ଡି ଆର ଡି ଏ ଅନାମ ଚରଣ ପାତ୍ରଙ୍କ ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କ ସହ ଆର. ଉଦୟଗିରି ଏସ ଡି ପି ଓ ଦିଲୀପ କୁମାର ନାୟକ, ବିଡ଼ିଓ ସୁଶ୍ରୀ ତପସ୍ୱିନୀ ହାସଦା, ଜିଲ୍ଲାର ସମସ୍ତ ପୋଲିସ ଙ୍କ ସମେତ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ, ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଙ୍କ ସମେତ ବ୍ଲକ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ନିର୍ବାଚନରେ ଅଧିକାରୀ ମାନଙ୍କସହ ରହି ସହଯୋଗ କରୁଥିବା ଦେଖିବାକୁ ମିଳୁଛି।
ଗଜପତି ଜିଲାର ମୋହନା ବ୍ଲକରେ ପଞ୍ଚାୟତ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ପ୍ରଶାସନ ଓ ପୋଲିସ
Read Time:2 Minute, 1 Second

