ମୋହନା,୧୨/୨(ଆପ୍ର) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ତାରିଖ ଯେତିକି ପାଖେଇ ଆସୁଛି । ବିଭିନ୍ନ ଦଳର ପ୍ରଚାର ମଧ୍ୟ ସେତିକି ସରଗରମ ହେଉଛି । ଶନିବାର ଗଜପତି ଜିଲ୍ଲା ମୋହନା ରେ ବିଜେପି, ବିଜେଡି ଜୋରଦାର ପ୍ରଚାର କରିଛି । ବିଜେପି ପକ୍ଷରୁ ହର ହର ମୋଦି ଓ ବିଜେଡି ପକ୍ଷରୁ ଘର ଘର ନବୀନ ନାରାରେ ଦୁଲକିଥିଲା ମୋହନା ବଜାର । ସ୍ଥାନୀୟ କଲେଜ ଛକରୁ ପ୍ରଥମେ ବିଜେଡି ପକ୍ଷରୁ ବାଇକ ରାଲି ବାହାରି ହାଇସ୍କୁଲ ଛକ ଓ ବଜାର ପରିକ୍ରମା କରିଥିଲେ । ଶତାଧିକ ବିଜେଡି କର୍ମୀ ବାଇକ ରାଲିରେ ଥିବାବେଳେ ମୋହନା୯ ନମ୍ବର ଜୋନ ବିଜେଡି ପ୍ରାର୍ଥୀ ଚନ୍ଦ୍ର କୁମାର ମଲିକ ,ଜିଲ୍ଲା ଉପ ସଭାପତି ଦଣ୍ଡlସି ସାହୁ ଲୋକଙ୍କୁ ଭୋଟ ଭିଖ୍ୟ କରୁଥିବା ଦେଖିବାକୁ ମିଳିଥିଲା । ସେହିପରି ବିଜେପି ପକ୍ଷରୁ ମଧ୍ୟ କଲେଜ ଛକରୁ ପଦଯାତ୍ରା ବାହାରି ମୋହନାର ସମସ୍ତ ସାହି , ଗଳି ବୁଲିଥିଲେ । ବିଜେପି ପ୍ରାର୍ଥୀ ସସ୍ମିତା ମଲିକ , ଜିଲ୍ଲା ପ୍ରଭାରୀ ସରୋଜ ସାବତ ଓ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅରୁଣୀମା ସାହୁ ଶତାଧିକ ବିଜେପି କର୍ମୀଙ୍କ ସହ ପ୍ରତ୍ୟେକ ଘରକୁ ଘର ଯାଇ ଲୋକଙ୍କୁ ଭୋଟ ମାଗିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତି ଓ ବିଜେଡି ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ନେଇ ବିଜେଡି ଲୋକଙ୍କୁ ବୁଝାଉଥିବା ବେଳେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଧାରା ଓ ବିଜେଡି ସରକାର ଙ୍କ ଦୁର୍ନୀତି ସମ୍ପର୍କରେ ଭୋଟରଙ୍କୁ ବୁଝାଇଥିବା ଦେଖିବାକୁ ମିଳିଥିଲା ।
ବିଜେପିର ପଦଯାତ୍ରା, ବିଜେଡିର ବାଇକ ରାଲି ହର ହର ମୋଦି ଘର ଘର ନବୀନରେ ଦୁଲକିଲା ମୋହନା
Read Time:2 Minute, 2 Second

