ମା ଖମ୍ବେଶ୍ବରୀ ଅସ୍ଥାୟୀ ମଣ୍ଡପରେ ସାଧାରଣରେ ଭକ୍ତଙ୍କୁ ଦର୍ଶନ ଦେଲେ 

0 0
Read Time:2 Minute, 45 Second

ଆସିକା ବିଜେ ଖମ୍ବେଶ୍ବରି ଠାକୁରାଣୀ ଙ୍କ ବୈଶାଖୀ ଯାତ୍ରା  ଶେଷ ପର୍ଯ୍ୟାୟରେ।ଏହି ଅବସରରେ ମା ଖମ୍ବେଶ୍ବରୀ ଅସ୍ଥାୟୀ ମଣ୍ଡପରେ ସର୍ବସାଧାରଣଙ୍କୁ ଦର୍ଶନ ଦେଇଛନ୍ତି । ମାଙ୍କ ଯାତ୍ରାର ଶେଷ ତଥା ରବିବାର ଦିନ ଅନେକ ସାଂସ୍କୃତିକ  ଓ ସାମାଜିକ ନାଟକ ଅନୁଷ୍ଠିତ ହୋଇ ୧୫ଦିନିଆ ବୈଶାଖୀ ଯାତ୍ରା ସମାପ୍ତ ହୋଇଛି।ରବିବାର ଦିନ ଅସ୍ଥାୟୀ  ମଣ୍ଡପକୁ ମା ବିଜେ କରିବା ପୂର୍ବରୁ  ଶନିବାର ରାତ୍ର ତମାମ ଭକ୍ତଙ୍କ ମାନଙ୍କ ସହ ବାଦ୍ୟ ,ବାଣ ,ବାଜଣାରେ ମା ଭକ୍ତଙ୍କ ଘର ସମ୍ମୁଖରେ ପୂର୍ଣ୍ଣକୁମ୍ଭ ଦ୍ୱାରା ନିମନ୍ତ୍ରିତ ହୋଇ ଭୋଗ ଓ ପଣା ପୂଜା ପାଇଥିଲେ। ଅସ୍ଥାୟୀ ମଣ୍ଡପରେ ମା ବିଜେ ହେଲା ପରେ ଚାରି ପ୍ରହାର ପୂଜା ବିଧି କରା ଯାଇଥିଲା।ରବିବାର ଦିନ ତମାମ ବିଭିନ୍ନ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ସାମାଜିକ ଓ ସାଂସ୍କୃତିକ ଗୀତ ନାଚ ରେ ମଞ୍ଚ କମ୍ପିଥିଲା ।ପୌରାଣିକ  ନାଟକ ସୋଭଦ୍ରା ପ୍ରଣୟ, ପ୍ରହଲ୍ଲାଦ ନାଟକ ଏବଂ ସାମାଜିକ ନାଟକ ମଧ୍ୟ ମଞ୍ଚସ୍ଥ ହୋଇ ଲୋକଙ୍କୁ ଅଧିକ ମନୋରଞ୍ଜନ କରିଥିଲା l ଶନିବାର ଦିନ ମା ଖମ୍ବେଶ୍ବରୀଙ୍କ ଯାତ୍ରାର ଶେଷ   ପଟୁଆର  ନଗରବାସୀ ପକ୍ଷରୁ କାର୍ଯ୍ୟକ୍ରମ   ଘଣ୍ଟ, ମୁର୍ଦୁଙ୍ଗ, ବାଘ ଷଣ୍ଢ ଘୋଡା ନାଚ ବିଭିନ୍ନ ଚରିତ୍ର ରେ ବେଶ ଭୁଷାରେ ବାଦ୍ୟ, ବାଣ, ବାଜଣା ରେ ମା ନଗର ମଧ୍ୟ ରାତ୍ର ରେ ଗମ୍ଭୀରା ରୁ ବାହାରି ସିଂହ ବିମାନ ଉପରେ ବିଜେ ହେବା ପରେ ନଗର ପରିକ୍ରମା ରାତ୍ର ତମାମ ମାଙ୍କ ନଗର ପରିକ୍ରମା ବେଳେ ସାଙ୍ଗକୁ ବିଭିନ୍ନ ଦେବା ଦେବୀଙ୍କ ବେଶ ଭୁଷା, ପଶୁମୁଖା ନୃତ୍ୟ ସହ ଢୋଲ,ମହୁରୀ ଏବଂ ରେକର୍ଡ ଡ୍ୟାନ୍ସରେ ରାଜଦାଣ୍ଡ ପ୍ରକମ୍ପିତ ହୋଇଥିଲା। ହୋଇଥିଲା । 

ରବିବାର ଦିନ ଯାତ୍ରାର ଶେଷଦିନ ରେ ସାମାଜିକ ସଂସ୍କୃତିକ ନାଟକ ପରିବେଷଣ ହୋଇଥିଲା l ସୋମବାର ଦିନ ଅସ୍ଥାୟୀ ମଣ୍ଡପ ରୁ ବାହାରି  ଭକ୍ତ ଙ୍କ ଗ୍ରହଣ ରେ  ମା ଗମ୍ଭୀରା ବିଜେ କରିବେ। ଏହି ୧୫ ଦିନିଆ ଯାତ୍ରା ପାଇଁ ପରିଚାଳନା କମିଟି,ଅର୍ଚକ ବୃନ୍ଦ,ଗ୍ରାମବାସୀ ମାନେ ସହଯୋଗ ପ୍ରଦାନ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Uncategorized