ଦୁଇ କନ୍ୟାଙ୍କ ବାହାଘର ପାଇଁ ଦେବଦୂତ ସାଜିଲେ ଏନଏସି ଅଧ୍ୟକ୍ଷା ବିନେତା

ଦୁଇ କନ୍ୟାଙ୍କ ବାହାଘର ପାଇଁ ଦେବଦୂତ ସାଜିଲେ ଏନଏସି ଅଧ୍ୟକ୍ଷା ବିନେତା

1 0
Read Time:2 Minute, 47 Second

ଆସିକା(ସ୍ୱତନ୍ତ୍ର ଟିଭି)ଅନେକେ ବାର ଆମ୍ଭେ ଶୁଣିଛେ ଅର୍ଥ ଅଭାବରୁ ଗରିବ ଝିଅ ମାନେ ଵିଵାହ କରିପାରନ୍ତିନି ।ଏପରିକି ଏହି ଝିଅମାନେ ବାପା ଓ ମାଙ୍କ ଉପରେ ବୋଝ ହୋଇପଡନ୍ତି।ଏମିତିକି ତାଙ୍କ ପାଇଁ  ବରଟିଏ ମଧ୍ୟ ମିଳେନି।ଏମିତି ଖବର ଯଦି ଆସିକା ଏନଏସି ଅଧ୍ୟକ୍ଷା ବିନେତା ସ୍ବାଇଁଙ୍କ ନଜରକୁ ଆସେ ତେବେ ତୁରନ୍ତ ଆର୍ଥିକ ସହାୟତର ହାତ ବଢାନ୍ତି ବିନେତା।ଏଇ ଯେମିତି ଆସିକାର  ଦୁଇଟି  ଝିଅ ନିଜ ବାପା ଓ ମା  ହରାଇଥିବା ଝିଅଙ୍କ ବିବହା ଉତ୍ସବକୁ ଯାଇ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ଓଡ଼ିଆ ସାହି ୱାର୍ଡ ନଂ ୭ ସ୍ବର୍ଗତ ସୁବାସ ଓ ଅହଲ୍ୟା ବେହେରା ଙ୍କ କନ୍ୟା ଶ୍ରୀମତୀ ସୁନୀତା ବେହେରା ଏବଂ ୱାର୍ଡ ନଂ ୪ ଖମ୍ବେଶ୍ଵରୀ ପାଟଣା ସ୍ବର୍ଗତ ରାବଣା ରାଓ ଓ ଆମାଲୁ ରାଓ ଙ୍କ କନ୍ୟା ଶ୍ରୀମତୀ ରଜନୀ ଙ୍କ ବିବାହ ଉତ୍ସବରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା  ଵିନେତା ସ୍ବାଇଁ ଓ ତାଙ୍କ ସ୍ୱାମୀ ସତ୍ୟନାରାୟଣ ସ୍ୱାଇଁ ଯୋଗ ଦେଇ ଉଭୟଙ୍କୁ ଆଶ୍ରିବାଦ ଦେବା ସହ ସେମାନଙ୍କୁ ସହାୟତା ଯୋଗାଇବା ସହ ୧୫୦୦୦/- ଟଙ୍କା ଲେଖାଏଁ  ପ୍ରଦାନ କରିଥିଲେ।ଏମିତିତ କହିବାକୁ ଗଲେ ବିନେତାଙ୍କ ସ୍ୱାମୀ ସତ୍ୟନାରାୟଣ ସ୍ୱାଇଁ ଜଣେ ରାଜନୀତିରେ ସକ୍ରିୟ ଭୂମିକାରେ ରହିଆସୁଥିଲେ ମଧ୍ୟ ସେ ବନ୍ୟା, ବାତ୍ୟା,କରୋନା ସମୟରେ ଲୋକଙ୍କୁ ଖାଇବା ପିଇବା ଓ ଥଇଥାନ ବ୍ୟବସ୍ଥା କରାଇଥିଲେ।ସେମିତି ସହରରେ ଯାନିଯାତ୍ରା, ମହୋଉତ୍ସବ ସାଙ୍ଗକୁ ଗରିବ ଓ ଗୁରୁବା ପିଲାଙ୍କୁ ପାଠ ପଢ଼ାରେ ଆର୍ଥିକ ସହାୟତା ଦେଇ ଆସୁଥିବାରୁ ଆସିକା ତଥା ଆଖପାଖ ଅଞ୍ଚଳରେ ତାଙ୍କୁ ସମାଜସେବୀ ଭାବେ ସମସ୍ତେ ଜାଣନ୍ତି।ସେ ଆସିକା ସାଂସଦ ପ୍ରତିନିଧି,ଆସିକା ନଗର ବିଜେଡି ସଭାପତି, ଆସିକାର ଆରାଧ୍ୟ ଦେବୀ ଖମ୍ବେଶ୍ୱରୀ ଠାକୁରାଣୀ ଙ୍କ ପରିଚାଳନା କମିଟିର ସଭାପତି ଭାବେ ବହୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ କରିଛନ୍ତି ଲୋକ ସେବା ଅଧ୍ୟ କରି ଆସୁଛନ୍ତି।ସ୍ୱାମୀଙ୍କ ପ୍ରେରଣା ରେ ତାଙ୍କ ପଦାଙ୍କ କୁ ଅନୁସରଣ କରି ତାଙ୍କରି ସ୍ତ୍ରୀ ବିନେତା  ଏବେ ଏନଏସି ଅଧକ୍ଷା ଦାଇତ୍ୱ ତୁଲାଉ ଥିଲେ ମଧ୍ୟ  ଧର୍ମ,କର୍ମ ଓ ସାହଯ୍ୟ କାର୍ଯ୍ୟକରି ଆଉ ଦୁଇପାଦ ଆଗକୁ ବଢିଥିବାରୁ ଅଞ୍ଚଳରେ ତାଙ୍କୁ ସାଧୁବାଦ ଦିଆଯାଉଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ