ଋଷିକୂଲ୍ୟା ଜିଲ୍ଲା ଦାବି: ଅଗଷ୍ଟ ୧୦ରେ ଆସିକା ବନ୍ଦ ଡାକରା !

ଋଷିକୂଲ୍ୟା ଜିଲ୍ଲା ଦାବି: ଅଗଷ୍ଟ ୧୦ରେ ଆସିକା ବନ୍ଦ ଡାକରା !

0 0
Read Time:2 Minute, 32 Second

ଋଷିକୂଲ୍ୟା ଜିଲ୍ଲା ଆସିକାରେ ପ୍ରତିଷ୍ଠା ନେଇ ସନ୍ଧ୍ୟାରେ ଆସିକା ଓକିଲ ସଂଘ କାର୍ଯ୍ୟାଳୟ ଠାରେ ୪୦ ଗୋଟି ସଂଗଠନ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିଛନ୍ତି।ଋଷିକୂଲ୍ୟା ଜିଲ୍ଲା ଗଠନ  ଓ ସଦର ମହକୁମା ଆସିକା ଠାରେ ସ୍ଥାପନ ହେବା ଦାବି ଲଗାତାର ଭାବେ ହୋଇ ଆସିଥିଲେ ମଧ୍ୟ ରାଜ୍ୟ ସରକାର ଙ୍କ ଅବହେଳା ର ପ୍ରତିବାଦ ରେ ଆସନ୍ତା ୧୦ ଅଗଷ୍ଟ ରେ ଆସିକା ବନ୍ଦ ଡାକରା ଦିଆଯାଇଛି ।ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମିଳିତ ଭାବେ ଆସିକା ବନ୍ଦ ଡାକରା ନିଷ୍ପତ୍ତି ନିଆ ଯାଇଥିବା କ୍ରିୟାନୁଷ୍ଠାନ କମିଟି ସଭ୍ୟ ତଥା ଆଇନଜୀବୀ ସନ୍ତୋଷ କୁମାର ପାଣିଗ୍ରାହି  ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ସର୍ଭିସ ଆଟ ଡୋର ଷ୍ଟେପ ବା ଦ୍ଵାର ନିକଟରେ ସେବା ଯୋଗାଇବା ନେଇ  କହୁଥିବା ବେଳେ ଆସିକା ଭଳି କେନ୍ଦ୍ର ସ୍ଥଳୀ ଠାରେ ସ୍ଵତନ୍ତ୍ର ଜିଲ୍ଲା ଗଠନ କରିବା ରେ ଟାଳ ଟୁଳ ନୀତି ଅବଲମ୍ବନ କରୁଥିବାରୁ ସ୍ଥାନୀୟ ଅଞ୍ଚଳ ରେ ଗଭୀର ଅସନ୍ତୋଷ ଦେଖାଦେଇଛି ଓ  ପ୍ରତିବାଦରେ ୧୦ ତାରିଖ ଦିନ ୧୨ ଘଣ୍ଟିଆ ବନ୍ଦ କରିବାକୁ ସର୍ବସମ୍ମତ ନିଷ୍ପତ୍ତି ନିଆ ଯାଇଛି। ରବିବାର ଓକିଲ ସଂଘ କାର୍ଯ୍ୟାଳୟରେ  ଓକିଲ ସଂଘ ଓ  ମିଳିତ କ୍ରିୟାନୁଷ୍ଠାନ କମିଟି ର ବୈଠକ ଅନୁଷ୍ଠିତ ହୋଇଥିଲା। ଆସିକା ଓକିଲ ସଂଘ ର ସଭାପତି ତଥା ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ନାଥ ଶର୍ମା ଙ୍କ ସଭାପତିତ୍ବରେ ଉପସଭାପତି ଛବିଳ ରାମ ମିଶ୍ର, ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ପାଣିଗ୍ରାହୀ, ଗଞ୍ଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ଅନିମା ପରିଡା ,ବଣିକ ସଂଘ ର ଇ ଅରୁଣ କୁମାର ପାତ୍ର ପ୍ରମୁଖ ମଞ୍ଚାସିନ ଥିବା ବେଳେରାଜ୍ୟ ସରକାର ତୁରନ୍ତ  ଆସିକା ଅଞ୍ଚଳ ବାସୀ ଙ୍କ ଏହି ଦୀର୍ଘଦିନ ର ଦାବୀ ପୂରଣ କରିବା ନେଇ ବକ୍ତା ମାନେ ଦୃଷ୍ଟି ଆକର୍ଷଣ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ