ମାନବ ସେବା ସମିତି,ଆସିକା ପକ୍ଷରୁ ଖମ୍ବେଶ୍ବରୀ ପୀଠରେ ଗୋପବନ୍ଧୁ ଙ୍କ ୯୫ ତମ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ ହୋଇ ଯାଇଛି l ମାନବ ସେବା ସମିତିର ସଭାପତି ଗଣେଶ ରଥଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lପ୍ରଭାତରୁ ପବିତ୍ର ଋଷିକୂଲ୍ୟା ନଦୀର ଗଣେଶ ଘାଟ ଠାରେ ଗୋପବନ୍ଧୁଙ୍କ ଉଦେଶ୍ୟରେ ତିଳ ତର୍ପଣ କରାଯାଇଥିଲା l ଖମ୍ବେଶ୍ବରୀ ମନ୍ଦିର ଠାରେ ସଭାରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ମୁଖ୍ୟ ଅତିଥି ଭାବେ ବିଧାୟିକା ମଞ୍ଜୁଳା ସ୍ବାଇଁ,ଏନଏସି ଅଧ୍ୟକ୍ଷା ବିନେତା ସ୍ବାଇଁ , ସମାଜର ଆଜୀବନ ସଦସ୍ୟ ଲୋକସେବକ ମଣ୍ଡଳ ରାଜେନ୍ଦ୍ର ପ୍ରସାଦ ଜେନା, ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ, ଶିକ୍ଷକ ନେତା ପୀତବାସ ମହାପାତ୍ର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ପଣ୍ଡା, ଏ ଯୁଧିଷ୍ଠିର ଦୋରା, ଟି. ଭାସ୍କର ରାଓ, ଅରୁଣ ପାତ୍ର ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ସେବା ତ୍ୟାଗ ସାଙ୍ଗକୁ ସ୍ୱାଧୀନତା ସଂଗ୍ରାମ ଓ ମାନସ ସନ୍ତାନ ଦୈନିକ ଖବର କାଗଜ ସମାଜ ପ୍ରତିଷ୍ଠା ର ଅତୁଳନୀୟ ଅବଦାନ କୁ ଆଜିର ସମାଜ ଓ ବିଶେଷ କରି ଛାତ୍ର ଛାତ୍ରୀ ମାନେ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ l ପରିଶେଷରେ ଆଇନଜୀବୀ ଦିଲ୍ଲୀପ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରଥିଲେ l
ଏହି ଅବସରରେ ମାନବ ସେବା ସମିତି ପକ୍ଷରୁ ଆୟୋଜିତ ହୋଇଥିବା ବକ୍ତୃତା, ଚିତ୍ରାଙ୍କନ, ସଂଗୀତ, ପ୍ରବନ୍ଧ ପ୍ରତି ଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାର ପୁରସ୍କୃତ କରାଯାଇଥିଲା l ଏଥିରେ ଆସିକା ରାମକୃଷ୍ଣ ଆଦର୍ଶ ବିଦ୍ୟାମନ୍ଦିରର ଉର୍ଜାରାଣୀ ପୋଲାଈ, ଓମ ମିଶ୍ର, ରାଜଲକ୍ଷ୍ମୀ ପାତ୍ର ଓ ବହୁ ଛାତ୍ର ଛାତ୍ରୀ ପୁରସ୍କୃତ ହୋଇଥିଲେ l ପରିଶେଷରେ ୩୫୦ରୁ ଉର୍ଦ୍ଧ ଅସହାୟ ମାନଙ୍କୁ ଅନ୍ନପ୍ରସାଦ ସହ ଧୋତି ଓ ତାଲାରୀ ପ୍ରଦାନ କରାଯାଇଥିଲା l

