ବାଲିଗୁଡାରେ ଆରମ୍ଭ ହେଲା ମାଆ ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା

ବାଲିଗୁଡାରେ ଆରମ୍ଭ ହେଲା ମାଆ ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା

0 0
Read Time:1 Minute, 29 Second

ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମାଆ ପାଟ୍ଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଛି ! ଏ ନେଇ ବାଲିଗୁଡା ସହର ଉତ୍ସବ ମୁଖରିତ ହୋଇ ଉଠିଛି ! ଏହି ଯାତ୍ରା ୨୧ ଦିନ ଧରି ଚାଲିବ ! ଗତକାଲି ଠାକୁରାଣୀ ଯାତ୍ରା ଲାଗି ସମସ୍ତ ନୀତିକାନ୍ତି ଅନୁଯାୟୀ ଅଙ୍କୁରାରୋପଣ, ମାଙ୍କ ଅସ୍ଥାୟୀ ପୀଠ ପ୍ରତିଷ୍ଠା, ପାର୍ଶ୍ୱ ଦେବା ଦେବୀଙ୍କୁ ଆହ୍ୱାନ, ଦେଶୀ ବେହେରା ଶ୍ରୀନିବାସ ଦୋରାଙ୍କ ଘରେ ପୂଜାର୍ଚ୍ଚନା ଓ ମହା ପଟୁଆରରେ ମାଙ୍କୁ ବରଣ ଆଦି କରାଯାଇଥିଲା ! ବିଳମ୍ବିତ ରାତିରେ ମାଆ ପାଟଖଣ୍ଡାଙ୍କ ମନ୍ଦିରରୁ ଆଜ୍ଞା ମାଳ ଆସିବା ପରେ ଏକ ବିରାଟ ପଟୁଆରରେ ମାଙ୍କୁ ଅସ୍ଥାୟୀ ପୀଠକୁ ଅଣାଯାଇଥିଲା ! ମାଙ୍କ ଠାକୁରାଣୀ ଯାତ୍ରା ଆରମ୍ଭ ହେବା ପରେ ସହରରେ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ମା’ଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ! ପୁରୀର ସାହି ଯାତ, ବାଘ ନାଚ ସହ ଘଣ୍ଟ ଘଣ୍ଟା, ଢୋଲ ମହୁରୀ ଓ ଆତସବାଜିରେ ବାଲିଗୁଡା ସହର ପ୍ରକମ୍ପିତ ହୋଇ ଉଠିଥିଲା ! ଏହି ଯାତ୍ରା ମେ ମାସ ୧୩ ତାରିଖ ଯାଏ ଅନୁଷ୍ଠିତ ହେବ

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ