ଧରାକୋଟ,ଅନାଥ ଆଶ୍ରମ ଅନ୍ତେବାସୀଙ୍କ ସହ କିନ୍ନର ଓ ଶିକ୍ଷୟତ୍ରୀ ଙ୍କ ଭାବ ଆଦାନ ପ୍ରଦାନ

ଧରାକୋଟ,ଅନାଥ ଆଶ୍ରମ ଅନ୍ତେବାସୀଙ୍କ ସହ କିନ୍ନର ଓ ଶିକ୍ଷୟତ୍ରୀ ଙ୍କ ଭାବ ଆଦାନ ପ୍ରଦାନ

0 0
Read Time:2 Minute, 34 Second

ଧରାକୋଟ ସ୍ଥିତ ବାଲ୍ମୀକିଶ୍ୱର ଅନାଥ ଆଶ୍ରମ ପରିସରରେ ରହୁଥିବା ଅନ୍ତେବାସୀଙ୍କ ସହ ଆଜି କିନ୍ନର ଓ ଜଣେ ଶିକ୍ଷୟତ୍ରୀ ମିଶି ଭାବ ଆଦାନ ପ୍ରଦାନ କରି ବେଶ କିଛି ସମୟ ହସଖୁସିରେ କଟାଇ ଥିଲେ। ନିଜର ବୈବାହିକ ଜୀବନ ରେ ଅସଫଳତା ପରେ ସେଥିରୁ ମୁଁହ ଫେରାଇ ଶିକ୍ଷୟତ୍ରୀ ରଶ୍ମିତା କୁମାରୀ ରାଉଳ ସମାଜ ସେବାରେ ପାଦ ଦେବାର ଶପଥ ନେଇ ନିଜର ପାଳିତ ମାତା,ମାଉସୀ ମାନଙ୍କ ସହ ମିଶି ଆଶ୍ରମ ପରିସରରେ ପହଞ୍ଚି ଥିଲେ । ତାଙ୍କ ସହ ଓଡ଼ିଶା କିନ୍ନର ସଂଘ ସଭାପତି ସ୍ବିଟି ସାହୁ,ଗଞ୍ଜାମ ଜିଲ୍ଲା କିନ୍ନର ସଂଘ ସଭାପତି ବିନି ପଟ୍ଟନାୟକ, ଉପ ସଭାପତି ବିଳାସିନୀ ପାଢ଼ୀ,ଜିଲ୍ଲା ମହିଳା ବି ଜେ ଡି ଉପ ସଭାନେତ୍ରୀ ବିଳାସିନୀ ପାଢ଼ୀ,ମିଶନ ଶକ୍ତି ସଭ୍ୟ ଶର୍ମିଲା ରାଉଳ ଓ ବାସନ୍ତୀ ସାହୁ ପ୍ରମୁଖ ପହଞ୍ଚିବା ପରେ ଆଶ୍ରମ ଅନ୍ତେବାସୀଙ୍କ ତରଫରୁ ଶିଶିର ରାଜ ସେମାନଙ୍କୁ ସ୍ଵାଗତ କରିଥିଲେ । ସ୍ବାଗତ ସଙ୍ଗୀତ ଗାନ ପରେ ଅନ୍ତେବାସୀଙ୍କ ସହ ଭାବ ଆଦାନ ପ୍ରଦାନ କରି ସମସ୍ତେ ପରସ୍ପର ମଧ୍ୟରେ ସୁଖ ଦୁଃଖ ବା ନ୍ତି ଥିଲେ ।ଏହି ଅବସରରେ ଅନ୍ତେବାସୀଙ୍କୁ ମିଠା,ବିସ୍କୁଟ,ବସ୍ତ୍ର,ପାଠ ଉପଯୋଗୀ ସାମଗ୍ରୀ ସହ ଛୋଟ ଛୋଟ ପିଲାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଅନାଥ ଶବ୍ଦକୁ ଭୁଲି ସମସ୍ତେ ଆମେ ଆପଣାର ହୋଇ ମିତ୍ରଭାବେ ରହିବା ଓ ପରସ୍ପର ସହ ଭାଗିତରେ ସୁଖ ଦୁଃଖ ବାଣ୍ଟିବା ସହ ଶିକ୍ଷ୍ୟା ଠାରୁ ଖେଳ ସମସ୍ତ କ୍ଷେତ୍ରରେ ଆଗକୁ ବଢ଼ିବାରେ ସହଯୋଗ ପ୍ରଦାନ କରିବେ ବୋଲି ଶିକ୍ଷୟତ୍ରୀ ରଶ୍ମିତା ରାଉଳ ଓ କିନ୍ନର ସଂଘ ରାଜ୍ୟ ସଭାପତି ସ୍ବିଟି ସାହୁ ପ୍ରକାଶ କରିଥିଲେ ।ଏହି ଅବସରରେ ଧରାକୋଟ ଅଞ୍ଚଳର ସାମ୍ବାଦିକ ବନ୍ଧୁ ମାନଙ୍କୁ ଖବର ପ୍ରକାଶ କରିବାରେ ନିରପେକ୍ଷତା ଓ ସହଯୋଗ ପାଇଁ କିନ୍ନର ସଂଘ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଆଶ୍ରମର କାର୍ଯ୍ୟକର୍ତ୍ତା ଟୁନା ଦୋରା,ସୁନିଲ ଚନ୍ଦ୍ର ସ୍ୱାଇଁ,କାଳିଆ ବେହେରା ଓ ଲୋକନାଥ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories