ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ଉନ୍ମକ୍ତକାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି lଆସିକା ଚିନିଶିଳ୍ପ ଛକସ୍ଥିତ ଷ୍ଟେଟ ବ୍ୟାଙ୍କ ଏଟିଏମ କାଉଣ୍ଟର ଭଙ୍ଗା ରୁଜା କରିଥିବା ଜଣାପଡ଼ିଛି।ରାତ୍ରୀ ପେଟ୍ରୋଲିଂ ପୋଲିସ ର ନଜର ପଡିବା ପରେ ସେଠି ରାତ୍ରୀ ଜଗିବା ସହ ବ୍ୟାଙ୍କ ଅଧିକାରୀ ଙ୍କୁ ସୂଚିତ କରିଥିଲେ।ଏପରିକି ଦୁର୍ବୁତ୍ତ ମାନେ ନିକଟ ଗୋଟିଏ ଦୋକାନ ରେ ପଶି ଦୋକାନୀ ଙ୍କୁ ମାଡ ମାରି ମୋବାଇଲ ଓ ଟଙ୍କା ଲୁଟିନେଇଥିବା ପୋଲିସରେ ଅଭିଯୋଗ କରିଛନ୍ତି l ପୋଲିସ ସୂଚନା ପ୍ରକାରେ ବିଳମ୍ବିତ ରାତିରେ ତିନି ଜଣ ଦୁର୍ବୁତ୍ତ ଗୋଟିଏ ମୋଟର ସାଇକଲ ରେ ଆସିଥିଲେ। ନିକଟରେ ଥିବା ଗୋଟିଏ ଦୋକାନ ପଶି ଦୋକାନୀକୁ ମାର ପିଟ କରିବା ସହିତ ତାଙ୍କ ଠାରୁ ତିନି ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଫୋନ ଲୁଟିନେଲେ ଦୁର୍ବୁତ୍ତ l ଏହାସହିତ ଛକ ଠାରେ ଥିବା ଏସବିଆଇ ଏଟିଏମ ମେସିନ ଭାଙ୍ଗିବାକୁ ଲୁଟ ଉଦ୍ୟମ କରିଥିବା ବେଳେ ବିଫଳ ହୋଇଥିଲେ। ପୋଲିସ ଏବଂ ସନ୍ଧାନୀ କୁକୁର ପହଞ୍ଚି ଛାନବିନ ଚଳାଇଛନ୍ତି lବ୍ୟାଙ୍କ ପକ୍ଷରୁ ଥାନାରେ କ୍ଷୟକ୍ଷତି ସମ୍ପର୍କରେ ଏଯାଏଁ କୌଣସି ଅଭିଯୋଗ କରିନାହାନ୍ତି।

