Read Time:54 Second
ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ଏବଂ କୁଳିପୋଷ ରେଞ୍ଜ ଅଂଚଳ ରେ ହାତୀ ଯୋଗୁ ଗ୍ରାମବାସୀଙ୍କ ନିଦ ହଜିଯାଇଛି।ଗତ ତିନି ଦିନ ହେଲା ବଣାଇ ରେଞ୍ଜର ଅଂଚଳରେ ଦନ୍ତା ହାତୀପଲ ତଳିତା, ନୂଆପାଲି ଅଂଚଳ ରେ ଉତ୍ପାତ କରି ଧାନ ଫସଲ ନଷ୍ଟ କରି ଥିବା ବେଳେ କୁଳି ପୋଷ ରେଞ୍ଜର ବଡ଼ଗାଁ ଗ୍ରାମ ରେ ୧୪ ଟିକିଆ ହାତୀ ପଲ ଏକର ଏକର ଧାନ ଦଳି ଚକଟି ନଷ୍ଟ କରିଥିବା ବେଳେ ଖୁଟୁଗା ର ସାଧୁ ବାହାଲ ଗ୍ରାମରେ ଗୋଟିକିଆ ଦନ୍ତା ହାତୀକୋଠା ଘର ଭାଙ୍ଗି ଧାନ ଖାଇବା ସହିତ ଘର ଭାଙ୍ଗି ଦେଇଛି। ହାତୀ ଯୋଗୁ ଲୋକ ଏବେ ଭୟରେ ଥିବା ବେଳେ ବନ ବିଭାଗ ଗ୍ରାମବାସୀ ହାତୀ ଘଉଡାଇବାକୁ ଉଦ୍ୟମ ଜାରି ରଖିଛନ୍ତି।

