ନର୍ଥ ଆଫ୍ରିକା (ଟ୍ୟୁନିସିଆ)ରେ ହିଞ୍ଜିଳିକାଟୁ ର କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କୃତ

ନର୍ଥ ଆଫ୍ରିକା (ଟ୍ୟୁନିସିଆ)ରେ ହିଞ୍ଜିଳିକାଟୁ ର କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କୃତ

0 0
Read Time:2 Minute, 22 Second

ହିଞ୍ଜିଳିକାଟୁ ନୃତ୍ୟମ୍ କଳା ଗବେଷଣା କେନ୍ଦ୍ର ଦ୍ୱାରା କ୍ଷୁଦ୍ର ଚଳଚ୍ଚିତ୍ର “ଅନନ୍ୟା” ଯାହାକି ସ୍ବଚ୍ଛତା ଉପରେ ଆଧାରିତ। ବିଶ୍ଵ ଦରବାରରେ ଆଜି ପୁରସ୍କୃତ। “ଫିବସ୍ ଫେଷ୍ଟିଭାଲ” ୨୦୨୨ ଟ୍ୟୁନିସିଆ ଦେଶ ଆୟୋଜନ କରିଥିଲେ। ଏହା ପ୍ରାୟ ୨୦ରୁ ଉର୍ଦ୍ଧ ଦେଶ ଭାଗ ନେଇଥିଲେ। ଏହା ପ୍ରାୟ ୩ଦିନ ଧରି ଆୟୋଜନ ହୋଇଥିଲା। ଫିବସ୍ର ନିର୍ଦ୍ଦେଶକ ୱାଲିଡ୍ ବିନ୍ ହାସାନି ଏହାକୁ ଆୟଜନ କରିଥିଲେ। ଏବଂ ସହ ନିର୍ଦ୍ଦେଶକ ଭାବେ ଲତିଫା ପରିଚାଳନା କରିଥିଲେ। ଆଜି ହିଞ୍ଜିଳିକାଟୁର କ୍ଷୁଦ୍ର ଚଳଚ୍ଚିତ୍ର “ଅନନ୍ୟା” ଆମ ଦେଶ ପାଇଁ ଗର୍ବ ଆଣିଛି। ଏହାର ନିର୍ଦ୍ଦେଶନା ଭାର କ୍ରିଷ୍ଣା ଡି.କେ ନେଇଥିବା ବେଳେ ଷ୍ଟୋରୀ ରାଇଟର ଭାବେ ପ୍ରିୟମ୍ବଦା ପଟ୍ଟନାୟକ ଏବଂ ଅଭିନୟ ସୋନମ୍ ଏବଂ ମଧୁସୂଦନ ଦାୟିତ୍ଵ ନେଇଥିଲେ। କ୍ରିଷ୍ଣା ଡି.କେ.ଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ରହିବା ସତ୍ବେ ରାଜ୍ୟ ସରକାର (ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ନବୀନ ପଟ୍ଟନାୟକ) ଙ୍କ ସହାୟତା ରେ ସୁଦୂର ଟ୍ୟୁନିସିଆ ଯାଇ ପୁରସ୍କାର ହାତେଇ ପାରିଛନ୍ତି। ଯାହାକି ଆଜି ସାରା ଭାରତ ବର୍ଷ ପାଇଁ ଏକ ଗର୍ବର ବିଷୟ ହୋଇପାରିଛି। ଅନନ୍ୟା ଚଳଚ୍ଚିତ୍ର କୁ ଦୁଇଟି (୧. ଶ୍ରେଷ୍ଟ ଚଳଚ୍ଚିତ୍ର ପୁରସ୍କାର ୨.ବେଷ୍ଟ୍ ସେନ୍ସେସନ୍ )ଭାବେ ପୁରସ୍କୃତ ହୋଇଛି। ଏହି ସମ୍ମାନ ଟିକ ପାଇଁ ହିଞ୍ଜିଳିକାଟୁ ମାଟି ର କଳା କୁ ଆଜି ବିଶ୍ଵ ଦରବାରରେ ସମ୍ମାନିତ। ନୃତ୍ୟମ୍ ଅନୁଷ୍ଠାନର ଗୁରୁ କ୍ରିଷ୍ଣା ଡିକେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇବା ସହିତ ଅଞ୍ଚଳ ବାସି ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।
ଅଗଷ୍ଟ ୧୫ ତାରିଖ ଏହି ପୁରସ୍କାରଟି ପାଇ ବେଶ୍ ଆନନ୍ଦ ଅନୁଭବ କରିଛନ୍ତି ବୋଲି ମତ ଦେଇଛନ୍ତି। ବିଦେଶ ମାଟିର ନିଜ ତ୍ରିରଙ୍ଗା ପତାକା ଉଡ଼ାଇବାର ସୌଭାଗ୍ୟ ପାଇଥିବାରୁ ସେ ନିଜକୁ ଗର୍ବ ଅନୁଭବ କରୁଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ସ୍ପେଶାଲ୍ ରିପୋର୍ଟ