୧୦ ଜୁଆଡି ଗିରଫ, ୩୦ ହଜାର ଟଙ୍କା ସମେତ ୮ ମୋବାଇଲ ଜବତ

0 0
Read Time:3 Minute, 43 Second

ପାର୍ବଣ ଋତୁ ପୂର୍ବରୁ ହିଞ୍ଜିଳି ଥାନା ଅଞ୍ଚଳରେ ଜୁଆ ଖେଳର ମାହୋଲ ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ହିଞ୍ଜିଳିକାଟୁ ପୈାରାଞ୍ଚଳ ରଜାତୋଟା ସାହି କୋଠାଘର ମଧ୍ୟରେ ଜୁଆଖେଳ ଚାଲିଥିବା ବେଳେ କୈାଣସି ସୁତ୍ରରୁ ଖବର ପାଇ ହିଞ୍ଜିଳି ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ୧୦ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୮ ମୋବାଇଲ ଫୋନ ସମେତ ୩୦ ହଜାର ୨୦ ଟଙ୍କା ଜବତ କରିଛି । ଗିରଫ ମାନେ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳର ବିନୁ ସ୍ବାଇଁ (୨୯), ରାଜାତୋଟା ସାହିର ତେଜେଶ୍ବର ପାତ୍ର (୬୯), ହିଞ୍ଜିଳି ଗ୍ରାମର ସନ୍ତୋଷ ପାଢି(୨୯), ତୋଟା ସାହିର ଦଣ୍ଡପାଣି ମହାପାତ୍ର (୬୩), ଆଙ୍କୋରଡାର ସୁରେନ୍ଦ୍ର ସେଠି, ମିଟୁ ବାଡତ୍ୟା, ହିଞ୍ଜିଳିକାଟୁ ଅଞ୍ଚଳର କମଳ ବେହେରା (୩୪), ମନୋଜ ମଳିକ, ନେହୁରା ନଗରର ସୁଜିତ ପାତ୍ର ଓ ହିଞ୍ଜିଳି ଥାନା ଖରିଡା ଗ୍ରାମର ରମେଶ ଚନ୍ଦ୍ର ସ୍ବାଇଁ (୪୪) । ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୪୧୯/୨୨ରେ ଏକ ମାମଲା ରୁଜୁ କରିଛି । ଗୁରୁତର ଗିରଫ ଜୁଆଡିଙ୍କୁ କୋର୍ଟ ଚାଲାଣ କରାଯିବା ସହ ଆଗାମୀ ଦିନରେ ଜୁଆ ଖେଳ ଉପରେ ଚଢ଼ାଉ ଜୋରଦାର କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ଚଢ଼ାଉରେ ଥାନା ଏସ ଆଇ ଗୋପାଳ କୃଷ୍ଣ ଆଗୁ ପାତ୍ର, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, କନେଷ୍ଟବଳ ସରୋଜ ରଣସିଂହ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
ଫୋଟ-

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories