ନବ ନିର୍ବାଚିତ ରାଷ୍ଟ୍ରପତି ଙ୍କୁ ଆସିକା ବିଜେଡି ତରଫରୁ ଶୁଭେଛା

ନବ ନିର୍ବାଚିତ ରାଷ୍ଟ୍ରପତି ଙ୍କୁ ଆସିକା ବିଜେଡି ତରଫରୁ ଶୁଭେଛା

0 0
Read Time:1 Minute, 45 Second

ଆସିକା ବିଜେଡ଼ି ତରଫରୁ ଭାରତ ବର୍ଷର ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ଶୁଭେଛା ଜ୍ଞାପନ କରାଯାଇଛି।ମହାମହିମ ଶ୍ରମତୀ ମୁର୍ମୁଙ୍କ ବିଜୟ ନେଇ ବିଜେଡ଼ି ସୁପ୍ରିମୋ ନବୀନଙ୍କ ଦଳଗତ ନିର୍ବିଶେଷରେ ତାଙ୍କରି ଉଦ୍ୟମ ଓ ପ୍ରୟାସ ପାଇଁ ଦଳ ଗର୍ବିତ ହେତୁ ତାଙ୍କୁ ଶୁଭେଚ୍ଛା ଦେବା ସହ କୃତଜ୍ଞତା ଜଣାଇଥିଲେ।ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ ଶୁଭେଚ୍ଛା ସଭାରେ ଓଡ଼ିଶାର ଆଦିବାସୀ ସଂପ୍ରଦାୟ ର ଝିଅ ଦେଶର ସର୍ବୋଚ୍ଚ ପଦବୀ ମଣ୍ଡନ କରି ପ୍ରଥମ ନାଗରିକ ପଦରେ ଅଧିଷ୍ଠିତ ହୋଇଥିବାରୁ ଏହା ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି ବୋଲି ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଓଡ଼ିଶାର ସାଢେ଼ ଚାରି କୋଟି ଓଡିଆଙ୍କ ପାଇଁ ସ୍ମରଣୀୟ ଘଟଣା ହୋଇ ଏହା ରହିବ ।ଆସିକା ବିଜେଡି କାର୍ଯ୍ୟାଳୟ ପରିସରରେ ଦଳୀୟ ନେତା ନାଚିକେତ ସ୍ୱାଇଁ,ଦିଲ୍ଲୀପ ପାଣିଗ୍ରାହୀ, ଏନ ଏ ସି ଅଧକ୍ଷ ବିନେତା ସ୍ୱାଇଁ,ସତ୍ୟନାରାୟଣ ସ୍ୱାଇଁ,ଅଭିମନ୍ୟୁ ନାହାକ,ରାଜେଶ ପଟ୍ଟନାୟକ, ମନୋଜ ଦୋରା ସମେତ ଛାମୁଆ ନେତା, ଦଳୀୟ କର୍ମୀ ,ଯୁବ ବିଜେଡି ପ୍ରମୁଖ ଉପସ୍ଥିତ ରହି ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ଶୁଭେଛା ଜଣାଇବା ସହ ନବୀନଙ୍କ ଦୀର୍ଘ ଜୀବନ କାମନା କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍