ଧରାକୋଟ ପଞ୍ଚାୟତ ର ଗଡ଼ାଦମୋଦର ପଲ୍ଲୀ ସ୍ଥିତ ପୁରୁଣା ବିଦ୍ୟାଳୟ ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଇନଜିନିଅର୍ ପୂର୍ଣ୍ଣ ଚନ୍ଦ୍ର ପାଠୀ ଙ୍କ ଦ୍ଵାରା ଆୟୋଜିତ ଏହି ଶିବିରକୁ ଧରାକୋଟ ଥାନା ଅଧିକାରୀ ଉମାକାନ୍ତ ସାହୁ ଉଦଘାଟନ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଟୁକୁନା ଗୌଡ଼ ଉପସ୍ଥିତ ରହିଥିଲେ । ସମାଜସେବୀ ସୁରେନ୍ଦ୍ରନାଥ ଗୌଡ଼ ଙ୍କ ସମ୍ପୂର୍ଣ ପରିଚାଳନାରେ ଅନୁଷ୍ଠିତ ଶିବିରରେ ଉପସ୍ଥିତ ଥିବା ଚକ୍ଷୁ ରୋଗୀଙ୍କୁ ବ୍ରହ୍ମପୁର ଇକୋସ୍ ହସ୍ପିଟାଲର ପ୍ରୋଗ୍ରାମ ମେନେଜର୍ ନଳିନୀ କାନ୍ତ ରାଉତ, ଟେକନିସିଆନ କାଲେବ ଜେନା,ହରିଶ୍ଚନ୍ଦ୍ର ସାହୁ ଓ ସୁଶ୍ରୀ ସବିତା ନାୟକ ପ୍ରମୁଖ ଚକ୍ଷୁ ପରୀକ୍ଷା କରିଥିଲେ। ଆଜିର ଶିବିରରେ ଉପସ୍ଥିତ ଥିବା 84 ଜଣ ରୋଗୀଙ୍କ ମଧ୍ୟରୁ ୩୩ ଜଣଙ୍କ ପରଳ ଚିହ୍ନଟ କରି ଅସ୍ତ୍ରୋପଚାର ପାଇଁ ପଠା ଯାଇଥିଲା। ୮ ଜଣଙ୍କୁ ଚଷମା ବିତରଣ ସହ ୪୩ ଜଣଙ୍କ ଆଖି ପରୀକ୍ଷା କରି ମାଗଣା ଔଷଧ ପ୍ରଦାନ କରାଯାଇଥିଲା। ଶିବିରରେ ଶିବ ନାରାୟଣ ଗୌଡ଼,ଭଗବାନ ଖଟାଇ,ଦେବରାଜ ଭୁୟାଁ,ଶିବାଜି ଗଣେଶ ପଣ୍ଡା, ସତ୍ୟ ପରିଡ଼ା,ଉଦିତ ନାରାୟଣ ପାତ୍ର ପ୍ରମୁଖ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ। ଗ୍ରାମବାସୀ ମାନେ ଏଥିରେ ସହାୟତା କରିଥିଲେ।

