କୁଜଙ୍ଗ/ତିର୍ତ୍ତୋଲ-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗହଳିରେ ନିର୍ବାଚନୀ ପ୍ରଚାର ଜୋରସୋରରେ ଚାଲିଛି।ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ଆମ୍ବେରୀ ପଞ୍ଚାୟତରେ କଂଗ୍ରେସ ନେତା ବାପି ସର୍ଖେଲ ମାରାଥନ ପ୍ରଚାର କରିଛନ୍ତି।ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲ ବ୍ଲକର ଜିଲ୍ଲା ପରିଷଦ ଏକ ନମ୍ବର ଜୋନ ଅନ୍ତର୍ଗତ ଆମ୍ବେରୀ ପଞ୍ଚାୟତରେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ସର୍ମିଷ୍ଠା ଦାସଙ୍କ ସହ କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଲିପିମୟୀ ମଲ୍ଲିକ ଓ ସମିତି ସଭ୍ୟ ପ୍ରାର୍ଥୀ ଅରୁଣ ମଲ୍ଲିକଙ୍କ ପାଇଁ କଂଗ୍ରେସ ନେତା ବାପି ସାର୍ଖେଲ ମାରାଥନ ପ୍ରଚାର କରିଥିଲେ।ଶତାଧିକ କର୍ମୀ ଓ ସମର୍ଥକଙ୍କ ସହ ବାପି ସର୍ଖେଲ ଆମ୍ବେରୀ ପଞ୍ଚାୟତର ମର୍ଜିତା,କେଶରଡା,ଦେଉଳି, ଅରିଲୋ,କୂଳସାହୀ,ଭରାଗୋଳ,ଏରଗାରି,ଆମ୍ବେରୀ ପ୍ରଭୃତି ଗ୍ରାମରେ ନିର୍ବାଚନୀ ଶୋଭାଯାତ୍ରାରେ ପ୍ରଚାର କରିଥିଲେ।ପ୍ରଚାର ବେଳେ ଅଦ୍ଭୁତ ପ୍ରକାର ଜନସମ୍ପର୍କ ମିଳୁଥିବା ବେଳେ ଏଥର ଲୋକ ପରିବର୍ତ୍ତନ ଚାହୁଁଥିବାରୁ ଆମ୍ବେରୀ ପଞ୍ଚାୟତ ସମେତ ଉଭୟ ତିର୍ତ୍ତୋଲ ଓ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଜୟ ହାସଲ କରିବ ବୋଲି ବାପି ସର୍ଖେଲ ଦୃଢୋକ୍ତି ପ୍ରକାଶ କରିଥିଲେ
କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଆମ୍ବେରୀ ପଞ୍ଚାୟତରେ ବାପି ସାର୍ଖେଲଙ୍କ ମାରାଥନ ପ୍ରଚାର
Read Time:1 Minute, 44 Second

