Read Time:1 Minute, 1 Second
ଗଜପତି ଜିଲ୍ଲା ମୋହନା ବ୍ଲକରେ ଆଜି କଡା ସୁରକ୍ଷା ମଧ୍ୟରେ ଭୋଟ ganati କାର୍ଯ୍ୟ ଆରମ୍ଭ ହୋଇଛି।ମୋହନା ବ୍ଲକରେ ଥିବା ତିନିଟି ଜିଲ୍ଲା ପରିଷଦ ଯୋନ ମଧ୍ୟରୁ ଆଜି ଅଡବା ଯୋନ ରେ ଭୋଟ ଗଣତି ଆରମ୍ଭ ହୋଇଛି।ମୋହନା ବ୍ଲକର ନିର୍ବାଚନ ଅଧିକାରୀ ବିଡ଼ିଓ ତପସ୍ୱିନୀ ହାସଦା ଏବଂ ଦ୍ୱିତୀୟ ନିର୍ବାଚନ ଅଧିକାରୀ ତହସିଲଦାର କିଶୋର ଚନ୍ଦ୍ର ଦାସ ଙ୍କ ସମେତ ଜିଲା ମଙ୍ଗଳ ଅଧିକାରୀ ନୋଡାଲ ଅଫିସର ଭାବେ ନିଯୁକ୍ତ ହୋଇ ଭୋଟ ଗଣତି କାର୍ଯ୍ୟରେ ସହଯୋଗ କରିଛନ୍ତି।ଆର. ଉଦୟଗିରି ଏସ ଡି ପି ଓ ଦିଲୀପ କୁମାର ନାୟକ ମୋହନା ଥାନାଧିକାରୀ ସୁଜିତ କୁମାର ନାୟକ ଏବଂ ଅଡବା ଥାନା ଅଧିକାରୀ ପ୍ରମୁଖ ନିଜ ନିଜ କର୍ମଚାରୀଙ୍କୁ ଧରି କଡା ସୁରକ୍ଷା ମଧ୍ୟରେ ଭୋଟ ଗଣନା କାର୍ଯ୍ୟ ଆରମ୍ଭ କରିଛନ୍ତି।

