ଅସ୍ଥାୟୀ କୋଭିଡ ମେଡିକାଲ କ୍ୟାମ୍ପ ଖୋଲିବ

ଅସ୍ଥାୟୀ କୋଭିଡ ମେଡିକାଲ କ୍ୟାମ୍ପ ଖୋଲିବ

0 0
Read Time:1 Minute, 20 Second

ବାହାର ରାଜ୍ୟ ଫେରନ୍ତା ଙ୍କୁ ନେଇ ଜିଲା ପ୍ରଶାସନ ର ତତପରତା ପ୍ରକାଶ ପାଇଛି. ତେଣୁ ସେମାନଙ୍କୁ ଥଇଥାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି. କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ରେ ଥିବା ଆଦର୍ଶ ବିଦ୍ୟାଳୟ ରେ ଅସ୍ଥାୟୀ କୋଭିଡ ମେଡିକାଲ କ୍ୟାମ୍ପ ଖୋଲିବ. ଚଳିତ ମାସ ଗତ 27 ତାରିଖ ସୋମବାର ହାଟଡିହୀ ବ୍ଲକ ତରଫରୁ ଚିଠି ନମ୍ବର 1401 ରେ ଉକ୍ତ କ୍ୟାମ୍ପ ଖୋଲିବା ଲାଗି ନିର୍ଦେଶ ହୋଇଛି. ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି. ମଙ୍ଗଳବାର ବ୍ଲକ ପ୍ରଶାସନ କର୍ମଚାରୀ ଓ ସରପଞ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି. ବିଦ୍ୟାଳୟ ର ଅଧକ୍ଷ ଙ୍କ ସହ ଆଲୋଚନା କରି ବିଭିନ୍ନ ପରିସ୍ଥିତି କୁ ଅନୁଧ୍ୟାନ କରିଛନ୍ତି. ଜମ୍ଭୀରା ସରପଞ୍ଚ ଆଶାଲତା ସା, ଢେଙ୍କା ସରପଞ୍ଚ ନିମାଇ ସାମଲ, ଜିଆରଏସ ମଧୁଛନ୍ଦା ଗିରି, ସୁରେଶ ସେଠି, ପ୍ରଫୁଲ୍ଲ ମାଝୀ,ପିଇଓ ନରହରି ନାୟକ ପ୍ରମୁଖ ବିଦ୍ୟାଳୟ ର ଅଧକ୍ଷ ସୁଦାମ ବାରିକ ସହ ଆଲୋଚନା କରିଛନ୍ତି. ବିଦ୍ୟାଳୟ ର 24 ଟି ଗୃହ କୁ ସ୍ଥିରିକୃତ କରାଯାଇଛି.

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ୱାସ୍ଥ୍ୟ