ଓ.ଏ.ଭି. ଛାତ୍ରାବାସରୁ ଲକ୍ଷ ଲକ୍ଷ ଟଙ୍କାର ବୈଦ୍ୟୁତିକ ସାମଗ୍ରୀ ଚୋରି ,ଥାନାରେ ଏତଲା

0 0
Read Time:2 Minute, 24 Second


…………………………
ଧରାକୋଟ,8/8/26
ଧରାକୋଟ ବ୍ଲକର କୁସଗୁମା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ପୁରୁଷ ଛାତ୍ରାବାସ ର ନୂତନ ନିର୍ମାଣାଧୀନ ଗୃହରୁ ଦୁର୍ବୁତ୍ତ ମାନେ ପଛପଟୁ ତାଲା ଭାଙ୍ଗି ଗୋଟିଏ ରୁମ ଭିତରେ ରହିଥିବା ପ୍ରାୟ ଦଶରୁ ବାର ଲକ୍ଷ ଟଙ୍କାର ବିଭିନ୍ନ ବୈଦ୍ୟୁତିକ ସାମଗ୍ରୀ ଚୋରି କରି ନେଇଥିବା ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପ୍ରକାଶଥାଉକି ଧରାକୋଟ ବ୍ଲକର ଚାରିଛକ ଠାରେ ରହିଛି କୁସଗୁମା ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ଏହି ଆଦର୍ଶ ବିଦ୍ୟାଳୟର ଏକ ଛାତ୍ରାବାସ ପ୍ରାୟ ଚାରି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି । ଏହାର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟ ରେ ପହଞ୍ଚିଥିବା ବେଳେ କେବଳ କିଛି ବିଦ୍ୟୁତ ଓ ଜଳ ଯୋଗାଣ କାର୍ଯ୍ୟ ବାକି ରହିଥିଲା। ଆସନ୍ତା ମଙ୍ଗଳବାର ଦିନ ଏହାର ହସ୍ତାନ୍ତର ପାଇଁ ଦିନ ଧାର୍ଯ୍ୟ କରାଯିବା ପରେ ଠିକାଦାର ଟୁଟୁ ପ୍ରଧାନ ଓ ବିଦ୍ୟୁତ କାମ କରୁଥିବା ମିସ୍ତ୍ରୀ ସନ୍ତୋଷ କୁମାର ସାହୁ ମିଳିତ ଭାବରେ ଛାତ୍ରାବାସ କୋଠାରେ ପହଞ୍ଚି ଏକ ନିର୍ଦ୍ଦିଷ୍ଟ କୋଠରୀରେ ଥିବା ବିଦ୍ୟୁତ ସାମଗ୍ରୀ ଆଣିବା ପାଇଁ ଯିବାବେଳେ ଏହି କୋଠରୀର ତାଲା ଭାଙ୍ଗି କେହି ଦୁର୍ବୁତ୍ତ ସେହି ଭିତରୁ ଚାରି ଗୋଟି ଇନ ଭର୍ଟର,ଚାରି ଗୋଟି ବ୍ୟାଟେରୀ,ଦୁଇଟି ପାଣି ମୋଟର, ଚବିଶି ଗୋଟି ଫେନ, ବାଇଶି ବଣ୍ଡଲ ୱାଇରିଙ୍ଗ ତାର ,ପାଣି ପାଇପ ଫିଟିଙ୍ଗ ସାମଗ୍ରୀ ସହ ବିଭିନ୍ନ ବୈଦ୍ୟୁତିକ ସାମଗ୍ରୀ ଚୋରି କରି ନେଇଥିବା ଦେଖିବାକୁ ମିଳିଥିଲା । ଘଟଣା ସମ୍ପର୍କରେ ବିଦ୍ୟୁତ ମିସ୍ତ୍ରୀ ଡାକିବଜା ଗ୍ରାମର ସନ୍ତୋଷ କୁମାର ସାହୁ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବଡ଼ଗଡ଼ ଥାନା ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଘଟଣାସ୍ଥଳ ପରିଦର୍ଶନ କରି ଅନୁସନ୍ଧାନ ଆରମ୍ଭ କରିଛନ୍ତି ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଶିକ୍ଷା