ଋଷିକୁଲ୍ୟା ମୁଖ୍ୟ କେନାଲ ରେ ଛଡାଗଲା ପାଣି

0 0
Read Time:2 Minute, 30 Second


…………………………
ଧରାକୋଟ,22/7/26
ଅଭାବୀ ବର୍ଷା ଯୋଗୁଁ ଏକରକମ ବ୍ୟତିବ୍ୟସ୍ତ ହୋଇ ରହିଥିବା ଚାଷୀ ମାନଙ୍କ ମନରେ ଖୁସି ସଞ୍ଚାର କରିଛି ଋଷିକୁଲ୍ୟା ମୁଖ୍ୟ କେନାଲ ପାଣି। ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ଅନ୍ତର୍ଗତ ଜାନବିଲି ଠାରୁ ଆରମ୍ଭ ହୋଇ ଗଞ୍ଜାମ ବ୍ଲକର ହମ୍ମା ପର୍ଯ୍ୟନ୍ତ ଯାଇଥିବା 87 କି ମି ଦୂରର ଏହି କେନାଲ ରେ ଭଞ୍ଜନଗର ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନ,ଆସିକା ସହକାରୀ ନିର୍ବାହୀ ଯନ୍ତ୍ରୀ କେ ଦେବେନ୍ଦ୍ର କୁମାର ପ୍ରଧାନ, ଢ଼ଉଗାଁ ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ଭୂୟାଁ,ସୋରଡା ସହକାରୀ ଯନ୍ତ୍ରୀ ବିଜୟ ଚନ୍ଦ୍ର ପଟ୍ଟନାୟକ, ପିତ୍ତଳ କନିଷ୍ଠ ଯନ୍ତ୍ରୀ ସୁରଜ କୁମାର ବେହେରା ଓ ଯୋଗେନ୍ଦ୍ର ସାସମଲ ଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ପୂଜା ଅର୍ଚ୍ଚନା ପରେ ଚଳିତ ଖରିଫ ଋତୁର ପ୍ରଥମ ପାଣି ଛଡା ଯାଇଛି । ଋଷିକୁଲ୍ୟା ମୁଖ୍ୟ କେନାଲ ଗଞ୍ଜାମ ଜିଲ୍ଲାର ଧରାକୋଟ,ଶେରଗଡ,ସାନଖେମୁଣ୍ଡି,ଦିଗପହଣ୍ଡି, କୁକୁଡ଼ାଖଣ୍ଡି, କନିଶି,ଛତ୍ରପୁର ଓ ଗଞ୍ଜାମ ବ୍ଲକ ଦେଇ ପ୍ରବାହିତ ହେବାସହ ବ୍ରହ୍ମପୁର ଉପକଣ୍ଠ ଦକ୍ଷିଣ ପୁର ଘାଇ ଓ ମନ୍ତ୍ରିଡି ନିକଟ ପର୍ଯ୍ୟନ୍ତ ଯାଇଛି । ବ୍ରିଟିଶ ମାନଙ୍କ ଦ୍ଵାରା 1891 ମସିହାରେ ନିର୍ମିତ ଜାନବିଲି ଅନିକଟ ଓ ଏହି ଠାରୁ ଆରମ୍ଭ ଋଷିକୁଲ୍ୟା ମୁଖ୍ୟ କେନାଲ ଗଞ୍ଜାମ ଜିଲ୍ଲାର ଆଠ ଗୋଟି ବ୍ଲକର ବାବନ ହାଜର ଛଅ ଶହ ହେକ୍ଟର ଜମିକୁ ଜଳସେଚିତ କରୁଛି । ଗଞ୍ଜାମ ଜିଲ୍ଲାର ଭାତ ହାଣ୍ଡି ଭାବେ ପରିଚିତ ଏହି କେନାଲ କୁ ଜଳସେଚନ ବିଭାଗ ପକ୍ଷରୁ ପର୍ଯ୍ୟାୟ କ୍ରମେ ପୁନରୁଦ୍ଧାର କରାଯାଇ ସୁଗମ ଭାବରେ ଚାଷୀଙ୍କୁ ଜଳ ଯୋଗାଣ କରାଯାଉଛି । ଉଭୟ ଖରିଫ ଓ ରବି ଋତୁରେ ଚାଷୀମାନେ ଏହି ଜଳକୁ ଉପଯୋଗ କରି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେଉଛନ୍ତି । ଏଣୁ ଚଳିତ ବର୍ଷ ଖରିଫ ଧାନ ଫସଲ ପାଇଁ ଆଜି ପାଣି କେନାଲ ରେ ଚଢିବା ଆରମ୍ଭ ହୋଇଥିବାରୁ ଚାଷୀ କୂଳ ଖୁସି ପ୍ରକଟ କରିଛନ୍ତି ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Uncategorized