…………………………
ଧରାକୋଟ,27/7/26
ଧରାକୋଟ ସ୍ଥିତ ସରକାରୀ ସ୍ନାତକ ମହାବିଦ୍ୟାଳୟ ରେ ଆର୍ଥିକ ସାକ୍ଷରତା ସଚେତନତା, ସକ୍ତିଶ୍ରୀ ସସସ୍ତିକରଣ ସଚେତନତା ଓ ଯକ୍ଷ୍ମା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡ ସୁଜିତ କୁମାର ପଣ୍ଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଆର୍ଥିକ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ରେ ଅଧ୍ୟାପିକା ଦିପ୍ତୀ ମୟୀ ରଥ ସଂଯୋଜନା କରିଥିବାବେଳେ ସେବି ଓ ଏନ ଏସ ଇ ଅନୁମୋଦିତ ସଂସ୍ଥାର କର୍ମକର୍ତ୍ତା ମନେ ଆର୍ଥିକ ସାକ୍ଷରତା ଉପରେ ପ୍ରଶିକ୍ଷଣ ଦେଇଥିଲେ । ସେହିପରି ସକ୍ତିଶ୍ରି ସସସ୍ତିକରଣ କୋଷ ଦ୍ଵାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ରେ ବ୍ଲକ କଲ୍ୟାଣ ଅଧିକାରୀ ଅନନ୍ୟା ପଣ୍ଡା ଯୋଗଦେଇ ନାରୀ ସୁରକ୍ଷା,ନିରାପତ୍ତା ଓ ସସସ୍ତିକରଣ ଉପରେ ସଚେତନତା ସୃଷ୍ଟି କରିଥିଲେ । ଶକ୍ତିଶ୍ରି ସଂଯୋଜିକା ଅଧ୍ୟାପିକା ଆରତୀ ପାତ୍ର ଓ ସହ ସଂଯୋଜିକା ପ୍ରଭାସିନୀ ନାୟକ ଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ଅଧ୍ୟକ୍ଷ ଡ ସୁଜିତ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନ ରେ ଆୟୋଜିତ ଯକ୍ଷ୍ମା ନିରାକରଣ ସଚେତନା କାର୍ଯ୍ୟକ୍ରମ ରେ ବରିଷ୍ଠ ବୈଷୟିକ ସୁପର ଭାଇଯର ପ୍ରଭାକର ଶତପଥୀ ଯୋଗଦେଇ ଯକ୍ଷ୍ମା ର କାରଣ,ନିରାକରଣ ଉପରେ ସଚେତନତା କରାଇଥିଲେ । ସମସ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ।
ସରକାରୀ ସ୍ନାତକ ମହାବିଦ୍ୟାଳୟ ରେ ସଚେତନତା କାର୍ଯ୍ୟକ୍ରମ
Read Time:1 Minute, 48 Second

