ଆସିକା ର ଅରାଧ୍ୟ ଦେବୀଙ୍କ ନବରାତ୍ର ପୂଜାର ଚତୁର୍ଥୀ ଦିନରେ କୁଷ୍ମାଣ୍ଡା ବେଶରେ ପୂଜାଅର୍ଚନା ଚାଲିଛି l ଆସିକା ର ବିଭିନ୍ନ ଦେବୀ ମନ୍ଦିର ମାନଙ୍କ ରେ ସ୍ୱତନ୍ତ୍ର ପୂଜା ପାଠ ଅନୁଷ୍ଠିତ ହୋଇଛି l ଶାରଦୀୟ ନବରାତ୍ର ପୂଜା ଅବସରରେ ପ୍ରାତଃ ସମୟରୁ ଦେବୀଙ୍କ ମନ୍ଦିର ରେ ଦ୍ୱାର ଫିଟା, ଅବକାଶ, ମଇଲମ, ମଙ୍ଗଳାଆରତୀ, ଅବକାଶ, ପୂଜକ ମାନଙ୍କ ଦ୍ୱାରା ସ୍ୱତନ୍ତ୍ର ବେଶ ରେ ସୁସୁସଜ୍ଜିତ କରିଥାନ୍ତି l ପଣ୍ଡିତ ମାନଙ୍କ ଦ୍ୱାରା ସୂର୍ଯ୍ୟ ପୂଜା, ଗ୍ରହ ପୂଜା, ମାତୃପୂଜା, ସପ୍ତଚଣ୍ଡୀ ପାଠ, ଷୋଡଶ ପୂଜା, ପାଶ୍ୱ ଦେବତା ପୂଜନ, ନବଦୁର୍ଗା ପୂଜନ, ମାନସଉପଚାର ପୂଜା, ବାହ୍ୟ ପୀଠ ପୂଜନ, ଦେବୀ ପୀଠରେ ଶକ୍ତି ପୂଜନ, ରାଜ ଉପଚାର ପୂଜା, ସନ୍ଧ୍ୟା ସମୟରେ ହଜାର ଆଠ ସଂଖ୍ୟକ ମନ୍ଦାର, ଚମ୍ପା ପୁଷ୍ପ ଏବଂ ବିଲଦ୍ୱଳ ଅର୍ପଣ କରାଯାଇଥିଲା l ଏଥି ସହିତ ଆବରଣ ପୂଜା, ଷୋଡଶ ଉପଚାର ପୂଜା, ଆରତୀ, ହବନ, ପୁଷ୍ପାଞ୍ଜଳି, ଆଦି ରୀତିନୀତି ଅନୁସାରେ, ଅଂଚଳ ର ଶାନ୍ତି ବିଧାନ କରି ବିଭିନ୍ନ ଶକ୍ତି ପୀଠ ମାନଙ୍କ ରେ ରୀତିନୀତି ପୂଜା ଚାଲୁଚି lପୂଜା କମିଟି ପକ୍ଷରୁ ମନ୍ଦିର କୁ ସୁନ୍ଦର ଆଲୋକରେ ସୁ ସଜ୍ଜିତ କରାଯାଇଛି l ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ନିମନ୍ତେ ପେଟ୍ରୋଲିଂ ବ୍ୟବସ୍ତା କଡାକଡି କରାଯାଇଛି l


