Read Time:45 Second
ଆସିକା ୦୬/୦୫/୨୪
ଆଜି ଅପରାହ୍ନ ସମୟରେ ହଠାତ କଳାହାଣ୍ଡିଆ ମେଘ ଘୋଟି ଆସିଲା l ପ୍ରାୟ ଘଣ୍ଟାଏ କୁଆ ପଥର ବର୍ଷା ହୋଇଥିଲା l ଗତ କିଛି ଦିନ ହେଲା ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିଲା l ଆଜିର ଏହି କୁଆ ପଥର ବର୍ଷା ହେବା ଫଳରେ ତାତି ରୁ ଅଳ୍ପକେ ଅଶ୍ୱସ୍ଥି ମିଳିଲା l ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ସମସ୍ତେ ଏହି କୁଆ ପଥର ବର୍ଷାରେ ସାଧାରଣ ଜନତା ଆନନ୍ଦ ଉପଲବ୍ଧି କରିଛନ୍ତି l ଚାରିଆଡେ ଥଣ୍ଡା ଅନୁଭୂତ ହୋଇଥିଲା l ପଶୁ ପକ୍ଷୀ, ଜୀବ ଜନ୍ତୁ, ବୃକ୍ଷ ଲତା ସମସ୍ତେ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇଲେ l

