ଆସିକା ମେକ ମାଇକେଲ ସଂସ୍କୁତ ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ସନାତନ ପଣ୍ଡା ଙ୍କୁ ସଂମାନ୍ନୀତ କରାଯାଇଛି l ପୁରୀ ଜଗନ୍ନାଥ ବେଦ କର୍ମକାଣ୍ଡ ସଂସ୍କୃତ ମହାବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲାର ଜଣେ ବରିଷ୍ଠ ସଂସ୍କୁତ ଅଧ୍ୟାପକ ସହ ଜଣେ ପୁରାତନ ଛାତ୍ର ରୂପେ ପରିଚିତ ଅଟନ୍ତି l ପୁରୀ ସଂସ୍କୁତ ମହାବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ରେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ମେଜର ଡ଼ା. କଳ୍ପନା ଦାଶ, ପୂର୍ବତନ ଭାଏସ ଚାନ୍ସଲେର କିଶୋର ଚନ୍ଦ୍ର ପାଢୀ, ପ୍ରଫେସର ଡ଼ା. ଅତୁଳ କୁମାର ମହାନ୍ତି, ସାମ୍ବାଦିକ ବଦ୍ରୀନାଥ ମିଶ୍ର, ପୁରୀ ରାମକୃଷ୍ଣ ସ୍ୱାମୀ ମଠ ର ମୁଖ୍ୟ ସଂମାନ୍ବିତ ସମୟରେ ଉପସ୍ଥିତ ଥିଲେ l ଆଜି ପଣ୍ଡିତ ସନାତନ ସାର କଲେଜ ରେ ପହଂଚିବା ପରେ ଆସିକା ସଂସ୍କୃତ ମହାବିଦ୍ୟାଳୟ ର ଅଧକ୍ଷ ଅଶ୍ୱିନୀ ଦାଶ ଏବଂ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା , କଲେଜ କର୍ମଚାରୀ,ଛାତ୍ର, ଛାତ୍ରୀ ମାନେ ଶୁଭେଛା ଜଣାଇଥିଲେ l

