ଆସିକାକୁ ଶ୍ରେଷ୍ଠ ଏନ୍‌ଏସିରେ ପରିଣତ କରିବାକୁ ସାମୁହିକ ଉଦ୍ୟମ ଆବଶ୍ୟକ

ଆସିକାକୁ ଶ୍ରେଷ୍ଠ ଏନ୍‌ଏସିରେ ପରିଣତ କରିବାକୁ ସାମୁହିକ ଉଦ୍ୟମ ଆବଶ୍ୟକ

0 0
Read Time:2 Minute, 57 Second

ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତଶାସନ ଦିବସ ପାଳିତ ହୋଇଯାଇଛି। ପ୍ରାତଃ କାଳରୁ ରାମଧୁନ ସହ ପତାକା ଉତ୍ତୋଳନ ସହ ସହରରେ ଥିବା ସମସ୍ତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା।ସନ୍ଧ୍ୟାରେ ଟାଉନ୍ ହଲ୍‌ରେ ଆୟୋଜିତ ବର୍ଣ୍ଣାଢ଼ୀ କାର୍ଯ୍ୟକ୍ରମରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଏନ ଏ ସି ଅଧକ୍ଷା ବିନେତା ସ୍ୱାଇଁ ଙ୍କ ସଭାପତିତ୍ୱ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜଙ୍କ ସଂଯୋଜନାରେ ଅୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପୂର୍ବତନ ବ୍ଲକ ଅଧକ୍ଷ ସୂର୍ଯ୍ୟକାନ୍ତ ପରିଡା,ସମ୍ମାନିତ ଅତିଥି ଭାବେ ଆସିକା ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ, ଆସିକା ଓକିଲ ସଂଘ ସଭାପତି ରବୀନ୍ଦ୍ର ଶର୍ମା, ବ୍ରାଣ୍ଡ ଅମ୍ବାସିଡେର ଅରୁଣ ପାତ୍ର ମଞ୍ଚସୀନ ରହି ସମବେତ ଜନତାଙ୍କୁ  ଉଦ୍‌ବୋଧ ଦେଇ ଆସିକାକୁ ସ୍ବଚ୍ଛ, ସୁନ୍ଦର ଏବଂ ଶ୍ରେଷ୍ଠ ଏନ୍‌ଏସି ଭାବେ ଗଢ଼ି ତୋଳିବାକୁ ସାମୂହିକ ଉଦ୍ୟମ ଏବଂସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ ନିଜ ନିଜର ମତବ୍ୟକ୍ତ କରିଥିଲେ। ଏହାସହ ସରକାରଙ୍କ ବିକାଶମୂଳକ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଜନପ୍ରତିନିଧିଏବଂ ପ୍ରଶାସନିକ ଅଧିକାରୀମାନେ ସମନ୍ଵୟ ରକ୍ଷା କରିବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ।ସମସ୍ତ କାଉନସିଲର ବୃନ୍ଦ ଅତିଥି ଭାବେ ମଞ୍ଚାସୀନ ଥିଲେ। ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବେଜ ବାର୍ଷିକ ବିବରଣୀ ପାଠ କରିଥିଲେ।ରତ୍ନାକର ସିଅ ସଂଯୋଜନା କରିଥିଲେ।ଏହି ଅବସରରେ ନିକଟରେ ଶେଷ ହୋଇଥିବା  ଗଞ୍ଜାମ ଜିଲ୍ଲା ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ୧୯ବର୍ଷ ବାଳକ ବର୍ଗରେ ସିଙ୍ଗଲ,ଡବଲ ଓ ମିକ୍ସ ଡବଲ ରେ ଚମ୍ପିୟାନ ହୋଇଥିବା ଆସିକାର ଅବିନାଶ ମୁନୀଙ୍କୁ ସ୍ଵତନ୍ତ୍ର ଭାବେ ପୁଷ୍ପଗୁଚ୍ଛ ଦେଇ ଉପଢୌକନ ପ୍ରଦାନ କରି ମାନପତ୍ର ସହ ଟ୍ରଫି  ଦେଇ ସମ୍ମାନିତ କରାଯାଇଥିଲା।ସେଭଳି ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା।  ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସ୍ଵଚ୍ଛତା ବାର୍ତ୍ତା , ନୃତ୍ୟ ପରିବେଷଣ,ମେଲୋଡି କାର୍ଯ୍ୟକ୍ରମ ଏବଂ ଲକିଡ୍ର କରାଯାଇଥିଲା।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ