ଆସିକା ବ୍ଲକ ର ବିଭିନ୍ନ ପଂଚାୟତ ରେ ମଧୁବାବୁ ପେନସନ ଯୋଜନା 

ଆସିକା ବ୍ଲକ ର ବିଭିନ୍ନ ପଂଚାୟତ ରେ ମଧୁବାବୁ ପେନସନ ଯୋଜନା 

0 0
Read Time:3 Minute, 15 Second

ରାଜ୍ୟ ସରକାର ଙ୍କ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲା ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଆସିକା ବ୍ଲକ ର ଜିଲ୍ଲାପରିଷଦ ଜୋନ ନମ୍ବର ୩ ଏବଂ ଜୋନ ନମ୍ବର ୪ ରେ ମଧୁବାବୁ ପେନସନ ଯୋଜନା ମେଳା ଅନୁଷ୍ଠିତ ହୋଇଯାଇଛି l ଆସିକା ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ୱାଇଁ,ଆସିକା ବ୍ଲକ ଅଧକ୍ଷ ତ୍ରିବେଣୀ ନାହାକ, ଉପାଧ୍ୟାକ୍ଷା ଡ଼ି.ରେସ୍ମା ଦୋରା,ଗଞ୍ଜାମ ଆସିକା ମଣ୍ଡଳ ଉନ୍ନୟନ ଅଧିକାରୀ ଫକୀର ଚରଣ ପରିଡା,ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ବରିଷ୍ଠ ବିଜେଡି ନେତା ଭଗବାନ ସାହୁ, ବ୍ଲକ ଅଧକ୍ଷ ପ୍ରତିନିଧି ସନ୍ୟାସୀ ନାହାକ, ବ୍ଲକ ବିଜେଡ଼ି ସଭାପତି ରାଜେଶ ପଟନାୟକ,ଜିଲ୍ଲା ପରିଷଦ ସଦସ୍ୟ ଡ଼ି. ମନୋଜ କୁମାର ଦୋରା, ଜିଲ୍ଲା ପରିଷଦ ସଭ୍ୟା ସୌଦାମିନୀ ନାହାକ,ଅନିଲ ନାହାକ,ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ l ଜିଲ୍ଲପାରିଷଦ ଜୋନ ନମ୍ବର ୪ ର ଖରିଆ ପଂଚାୟରେ ସରପଞ୍ଚ ଜୟନ୍ତୀ ସାହୁ, ସମିତି ସଭ୍ୟା ସୌଦାମିନୀ ନାହାକ, ସିଦ୍ଧନଇ ପଂଚାୟତ ର ସରପଞ୍ଚ ତନୁଳତା ବିଷୋୟୀ, ସମିତି ସଭ୍ୟ ରାଜୀବ ପାତ୍ର, ଭେଟନଇ ପଂଚାୟତ ର ସରପଞ୍ଚ ନମିତା ଜେନା ଏବଂ ପ୍ରତିନିଧି ଟୁଲୁ ଜେନା, ଆଲିପୁର ପଂଚାୟତ ର ସରପଞ୍ଚ ଜୋତ୍ରୀମୟୀ ନାହାକ, ବରିଷ୍ଠ ବେଜେଡି ନେତା ଅଭିମନ୍ୟୁ ନାହାକ, ପୂର୍ବତନ ସରପଞ୍ଚ ମନୋଜ ନାହାକ, ପାଣ୍ଡିଆ ପଥର ସରପଞ୍ଚ ନୀଳାଞ୍ଚଳ ଗୌଡ଼, ବାବନପୁର ସରପଞ୍ଚ ସଞ୍ଜୟ କୁମାର ନାୟକ ଙ୍କ ପୌରହିତ୍ୟ ରେ ବିଭିନ୍ନ ପଂଚାୟତ ରେ ବାର୍ଦ୍ଧକ୍ୟ ଭତ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସେହିଭଳି ଜିଲ୍ଲା ପରିଷଦ ଜୋନ ନମ୍ବର ୩ ର ଖଣ୍ଡଦେଉଳି ପଂଚାୟତ ରେ ସରପଞ୍ଚ ଆରତୀ ଦେବୀ, ନଳବଣ୍ଟା ପଂଚାୟତ ରେ ସରପଞ୍ଚ କିଶୋର ପ୍ରଧାନ ଏବଂ ସମିତି ସଭ୍ୟ କିରଣ ଭୂୟାଁ, ଜୟପୁର ପଂଚାୟତ ରେ ସରପଞ୍ଚ ଲକ୍ଷ୍ମୀ ପ୍ରିୟl ବେହେରା, କାଳଷଣ୍ଢ ପୁର ରେ ସରପଞ୍ଚ ଜୟନ୍ତୀ ବେହେରା, ହରିଡ଼ା ପଦର ରେ ପୂର୍ବତନ ସରପଞ୍ଚ ପୁର୍ଣ ବରାଡ଼ ଏବଂ ସୁରେଶ ଡାକୁଆ ପ୍ରମୁଖ ଆୟୋଜନ କରିଥିଲେ l ଆସିକା ବ୍ଲକ ର ଏଗାର ପଂଚାୟତ ରେ 500 ରୁ ଉର୍ଦ୍ଧ ବିଧବା, ବାର୍ଦ୍ଧକ୍ୟ, ଦିବ୍ୟାଙ୍ଗ, ଅଵିବାହିତ ଝିଅ ହେଚ ଆଇ ଭି ବର୍ଗ ର ଅନେକ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବହୁ ୱାର୍ଡ ସଭ୍ୟ, ସଭ୍ୟା, ପୂର୍ବତନ ସରପଞ୍ଚ ସମିତି ସଭ୍ୟ, ଗ୍ରାମବାସୀ, ଗ୍ରାମ ସେବକ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ସହଯୋଗ କରିଥିଲେ l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍