ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର ବାର୍ଷିକ ସମ୍ମିଳନୀ

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର ବାର୍ଷିକ ସମ୍ମିଳନୀ

0 0
Read Time:1 Minute, 39 Second

ସ୍ଥାନୀୟ ବାଣୀବିହାର  ସାହି ରାଧାକୃଷ୍ଣ ମନ୍ଦିର ପରିସରରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ,ଆସିକା ଶାଖା ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସଭାପତି ଗଣେଶ ରଥ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକରେ ହିଞ୍ଜିଳି କାଟୁ ପୌର ପରିଷଦ ର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ଆସିକା ଓକିଲ ସଂଘ ର ସଭାପତି ରବୀନ୍ଦ୍ରନାଥ ଶର୍ମା, ଅବସରପ୍ରାପ୍ତ ସରକାରୀ କର୍ମଚାରୀସଙ୍ଘର ଜିଲ୍ଲା ସଭାପତି ଡ଼ା. ଇନ୍ଦୁ ଭୂଷଣ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ବିରୁପାକ୍ଷ ଦାସ ଉପସଭାପତି ନବୀନ କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ ସିମାଞ୍ଚଳ ପ୍ରସାଦ ବିଷୋୟୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।ସ୍ଥାନୀୟ ବହୁ ବରିଷ୍ଟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସେମାନ ଙ୍କ ବି ସମସ୍ୟା ଓ ସରକାରୀ ଅବହେଳା ନେଇ ମତ ବ୍ୟକ୍ତ କରିଥିଲେ।ଶେରଗଡ଼ ସଭାପତି ଦିଲ୍ଲୀପ ତ୍ରିପାଠୀ, ଧରାକୋଟ ସଭାପତି ବାସୁଦେବ ନାୟକ, କେ ଏସ ନଗର ସଭାପତି ବିପିନ ବିହାରୀ ଶତପଥି,ଶ୍ୟାମ ସୁନ୍ଦର ଖାଡଙ୍ଗା ପ୍ରମୁଖ ସଂଗଠନ କୁ  ଦୃଢ଼ କରି ନିଜର ନ୍ୟାର୍ଯ୍ୟ ଦାବି ହାସଲ କରିବା ନେଇ ମତବ୍ୟକ୍ତ କରିଥିଲେ। ପିତବାସ ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ବନମାଳି ସାମନ୍ତରା ସଂପାଦକୀୟ ବିବରଣୀ ପାଠ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories