ଆସିକା ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

ଆସିକା ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

0 0
Read Time:2 Minute, 47 Second

ଆସିକା ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ସ୍ଥାନୀୟ ହରିହର ଛକ ନିକଟସ୍ଥ ସାବିତ୍ରୀ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ନାଥ ତ୍ରିପାଠୀ ଙ୍କ ଅଧକ୍ଷତାର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରକୁ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲା । ସମ୍ମାନିତ ଅତିଥି ଭାବେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ବିନେତା ସ୍ୱାଇଁ, ଶ୍ରମ ଆୟୁକ୍ତ ବାବୁ ଚରଣ ପାତ୍ର  ଗଞ୍ଜାମ ଜିଲ୍ଲା ଜୋନ ସଭାପତି ନଚିକେତା ସ୍ୱାଇଁ,ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ,ବରିଷ୍ଠ ବିଜେଡି ନେତା ଦିଲ୍ଲୀପ କୁମାର ପାଣିଗ୍ରାହୀ, ଅଭିମନ୍ୟୁ ନାହାକ ପ୍ରମୁଖ ଯୋଗ ଦେଇଥିଲା ବେଳେ ଆସିକା ଅତିରିକ୍ତ ଶ୍ରମଅଧିକାରୀ ଆକାଶ ବିଷୋୟୀ ଏହି ଶିବିରକୁ ପରିଚାଳନା କରିଥିଲେ l ପ୍ରକାଶ ଥାଉକି 2008 ମସିହାରୁ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଆରମ୍ଭ ହୋଇଛି l ଗଞ୍ଜାମ ଜିଲ୍ଲା ରେ ମୋଟ 1  ଲକ୍ଷ 50 ହଜାର 328   ପଞ୍ଜୁକୃତ ହିତାଧିକାରୀ ରହିଛନ୍ତି l ଜିଲ୍ଲାରେ ମୋଟ 14755 ଜଣ ଅନଶଂଗଠିତ ବୋର୍ଡରେ ପଞ୍ଜିକୃତ ହୋଇଛନ୍ତି ଏଥି ମଧ୍ୟରୁ ଆସିକା ବ୍ଲକ ରେ ପ୍ରାୟ 15000 ରୁ ଉର୍ଦ୍ଧ ପଞ୍ଜିକୃତ ହିତାଧିକାରୀ ରହିଛନ୍ତି l ଜିଲ୍ଲା ସାମାଜିକ  ସୁରକ୍ଷା ବୋର୍ଡ ପକ୍ଷରୁ ଆଜି ପର୍ଯ୍ୟନ୍ତ 37 ଜଣକୁ 38ଲକ୍ଷ ଟଙ୍କା ମୃତ୍ଯୁ କାଳୀନ ସହାୟତ କରାଯାଇଥିବା ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି lଆଜି ଏହି ଶିବିରରେ ଶିକ୍ଷା ସହାୟତା ବାବଦକୁ 205 ଜଣ ହିତାଧିକାରୀ ଙ୍କୁ 4ଲକ୍ଷ 94 ହଜାର 600 ଟଙ୍କା, ବିବାହ ସହାୟତା ବାବଦକୁ 61 ଜଣ ହିତାଧିକାରୀ ଙ୍କୁ 30 ଲକ୍ଷ 25 ହଜାର, ପ୍ରସୂତି କାଳୀନ ସହାୟତା ବାବଦକୁ 2 ଜଣକୁ 20 ହଜାର ଟଙ୍କା, ମୃତ୍ଯୁ କାଳୀନ ସହାୟତା ବାବଦକୁ 38 ଜଣକୁ 42 ଲକ୍ଷ 85 ହଜାର ଟଙ୍କା ଏହି ପରି ମୋଟ 306 ଜଣକୁ 78ଲକ୍ଷ 24 ହଜାର 600 ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି  190 ଜଣ ହିତାଧିକାରୀ ଙ୍କୁ ଆଜି ପରିଚୟ ପତ୍ର ପ୍ରଦାନ କରାଯାଇଛି l ପରିଶେଷରେ ଜିଲ୍ଲା ଶ୍ରମ ଅଧିକାରୀ ଧନ୍ୟବାଦ ଦେଇଥିଲେ l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ