ଆସିକା ପୋଲିସ ଦ୍ୱାରା ୨୪୨ ବୋତଲ ବିଦେଶୀ ମଦ ଜବତ ଜଣେ ଗିରଫ

ଆସିକା ପୋଲିସ ଦ୍ୱାରା ୨୪୨ ବୋତଲ ବିଦେଶୀ ମଦ ଜବତ ଜଣେ ଗିରଫ

0 0
Read Time:1 Minute, 22 Second

ଆସିକା ଥାନା ଅନ୍ତର୍ଗତ ଝଗଡେଇ ନିକଟରେ ବିଦେଶୀ ଚୋରା ମଦ ବିକ୍ରି କରୁଥିବା ଅଭିଯୋଗ ରେ ଆସିକା ଥାନା ବାଲିଛାଇ ଗ୍ରାମର କାର୍ତ୍ତିକ ଗୌଡ଼ ନାମକ ବ୍ୟକ୍ତି କୁ ଗିରଫ କରିଛି ପୋଲିସ।ଏଥିସହ ତା ନିକଟରୁ ୨୪୨ ବୋତଲ ବିଭିନ୍ନ କିସମର ବିଦେଶୀ ମଦ ଜବତ କରାଯାଇଛି। ଆସିକା ଥାନା ଅଧିକାରୀ ପି.ସ୍ୱରୂପ କିଶନ ସଦଳବଳେ ଏହି ଚଢ଼ାଉ କରିଥିଲେ। ଆସିକା ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ଚୋରା  ଦେଶୀ ମଦ,ବିଦେଶୀ ମଦ ବିକ୍ରି କରୁଥିବା ଆଡ୍ଡା ଉପରେ ଚଢ଼ାଉ ଜୋର ଦାର କରାଯିବ ବୋଲି ଥାନା ଅଧିକାରୀ ପି.ସ୍ୱରୂପ କିଶନ ପ୍ରକାଶ କରିଛନ୍ତି। ଏହି ଚୋରା ବ୍ୟବସାୟୀ ମାନେ ଏହିସବୁ ଚୋରା ମଦ କେଉଁଠାରୁ ଆଣୁଛନ୍ତି ତାହା ଉପରେ ତୀକ୍ଷଣ ନଜର ରଖାଯାଇଛି।ଆଗାମୀ ଦିନରେ ଚଢ଼ାଉ ଜୋର ଦାର କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଆଜିର ଏହି ଚଢ଼ାଉ ପରେ ମଦ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଇଛି।ଏ ନେଇ ଆସିକା ଥାନାରେ କେସ ନମ୍ବର ୪୪୦/୨୩ ପ୍ରକାରେ  ଏକ  ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି। 

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଅପରାଧ